ସ୍ମୃତି, ଜେମିମା ଉଠିଲେ

ଦୁବାଇ, ଭାରତୀୟ ବ୍ୟାଟର୍‌ ଜେମିମା ରଡ୍ରିଗ୍ବେଜ୍‌ ଏବଂ ସ୍ମୃତି ମନ୍ଧାନା ମଙ୍ଗଳବାର ଘୋଷିତ ଆଇସିସି ମହିଳା ‌ଟ୍ବେଣ୍ଟି-୨୦ ମାନ୍ୟତାରେ ୪ ସ୍ଥାନ ଲେଖାଏଁ ଲମ୍ଫ ଦେଇ ଯଥାକ୍ରମେ ଚତୁର୍ଥ ଓ ଷଷ୍ଠରେ ପହଞ୍ଚିଛନ୍ତି। ସ୍ପିନର ରାଧା ଯାଦବ ୧୮ ସ୍ଥାନ ଉପରକୁ ଉଠି ଦଶମ, ଦୀପ୍ତି ଶର୍ମା ଚର୍ତୁଦଶରେ ରହିଛନ୍ତି। ଦଳଗତ ମାନ୍ୟତାରେ ଭାରତ ବିପକ୍ଷ ଶୃଙ୍ଖଳା ଜିତିବା ପରେ ନ୍ୟୁଜିଲାଣ୍ଡ ଇଂଲଣ୍ଡକୁ ପଛକୁ ଠେଲି ଦ୍ବିତୀୟରେ ପହଞ୍ଚିଥିଲା ‌ବେଳେ ଅଷ୍ଟ୍ରେଲିଆ ପ୍ରଥମ, ଭାରତ ପଞ୍ଚମ ଏବଂ ୱେଷ୍ଟ୍‌ଇଣ୍ଡିଜ୍‌ ଚତୁର୍ଥରେ ରହିଛି।

ସମ୍ବନ୍ଧିତ ଖବର