ଆସନ୍ତାକାଲିଠୁ ରାଜ୍ୟ ସ୍ନକର କ୍ୱାର୍ଟର ଫାଇନାଲ

କଟକ : କଟକ କ୍ଲବ୍‌ଠାରେ ଚାଲିଥିବା ରାଜ୍ୟ ସ୍ନକର ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍‌ ପର୍ଯ୍ୟାୟ ଆସନ୍ତାକାଲିଠୁ ଆରମ୍ଭ ହେବ। ପ୍ରଥମ କ୍ୱାର୍ଟରରେ ସୁବ୍ରତ ଦାସ ଓ ଅନୁଜ ପଣ୍ଡା ମୁହାଁମୁହିଁ ହେବେ। ଅନ୍ୟ ୩ କ୍ୱାର୍ଟର ମୁକାବିଲା ୨୦ ତାରିଖରେ ଖେଳାଯିବ। ଦ୍ୱିତୀୟ କ୍ୱାର୍ଟରରେ ଆଶୁତୋଷ ପାଢୀ ଓ ରୁମିତ ଗୁପ୍ତା, ତୃତୀୟ କ୍ୱାର୍ଟରରେ ସିଦ୍ଧାର୍ଥ ଦାସ ଓ ନିଶାନ୍ତ ବିଶ୍ୱାଳ ଏବଂ ଶେଷ ମ୍ୟାଚ୍‌ ମହମ୍ମଦ ରାଜା ଓ ଆକ୍ରମ ଖାନ୍‌ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ବୁଧବାର ଆଶୁତୋଷ ପାଢୀ ଲିଗ୍‌ରେ ଅଶ୍ୱିନୀ ପଟ୍ଟନାୟକଙ୍କୁ ୩-୦ରେ ଓ ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ଅମୀୟ ରଂଜନ ନାୟକଙ୍କୁ ୩-୧ରେ ଏବଂ ନିଶାନ୍ତ ବିଶ୍ୱାଳ ୩-୦ରେ ଅଭିଷେକ ମହାନନ୍ଦଙ୍କୁ ହରାଇଥିଲେ। ରୁମିତ ଗୁପ୍ତା ଓ୍ଵାକ୍‌ ଓଭର ପାଇ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି।

 

ସମ୍ବନ୍ଧିତ ଖବର