ଆଇଟା ଏସ୍‌ଏସ୍‌: ସୋହିନି ଉପ ବିଜେତା

ଭୁବନେଶ୍ୱର: ଇମ୍ଫାଲରେ ଶେଷ ହୋଇଥିବା ଆଇଟା ସୁପର୍‌ ସିରିଜ୍‌ (ଏସ୍‌ଏସ୍‌)ରେ ଓଡ଼ିଆ ଝିଅ ସୋହିନୀ ମହାନ୍ତି ୧୨ ବର୍ଷରୁ କମ୍‌ ବାଳିକା ବର୍ଗରେ ଉପ ବିଜେତା ହୋଇଛନ୍ତି। ଫାଇନାଲରେ ସୋହିନୀଙ୍କୁ ତେଲେଙ୍ଗାନାର ରାଜୁ କାନୁମୁରି ୬-୪, ୬-୧ରେ ହରାଇ ଦେଇଥିଲେ। ପ୍ରଥମ ସେଟ୍‌ରେ ଲଢ଼ୁଆ ପ୍ରଦର୍ଶନ କରିଥିଲେ ମଧ୍ୟ ଅଭିଜ୍ଞତା ଓ ସାମର୍ଥ୍ୟ ଅଭାବରୁ ପରବର୍ତୀ ସମୟରେ ଆତ୍ମସମର୍ପଣ କରିଥିଲେ। ପୂର୍ବରୁ ସୋହିନୀ ସେମିଫାଇନାଲ୍‌ରୋ ଭାରତର ୩ ନମ୍ବର ତଥା ଶୀର୍ଷ ମାନ୍ୟତାପ୍ରାପ୍ତ ଦିଲ୍ଲୀର ଦୁର୍ଗାଂଶୀଙ୍କୁ ୬-୧, ୬-୨ରେ ପରାସ୍ତ କରିଥିଲେ। ଏକକ ବର୍ଗରେ ଉପ ବିଜେତା ହୋଇ ସୋହିନୀ ୪୦ ଆଇଟା ପଏଣ୍ଟ୍‌ ଅର୍ଜନ କରିବାରେ ସକ୍ଷମ ହୋଇଛନ୍ତି।

ସମ୍ବନ୍ଧିତ ଖବର