ସୋହିନୀଙ୍କୁ ଏସ୍‌ଏସ୍ ଟ୍ରଫି

ଭୁବନେଶ୍ବର: ଓଡ଼ିଆ ଟେନିସ୍ ପ୍ରତିଭା ସୋହିନୀ ଏସ୍ ମହାନ୍ତି ନିଜ ଖେଳ ଜୀବନରେ ଆଉ ଏକ ମୁକୁଟ ସଫଳତା ଯୋଡ଼ିଛନ୍ତି। ମୁମ୍ବାଇଠାରେ ଅନୁଷ୍ଠିତ ‌ୟୋନେକ୍ସ ସନ୍‌ରାଇଜ୍‌ ଏମ୍‌ଏସ୍‌ଟିଏ ସୁପର୍ ସିରିଜ୍‌ର ୧୨ ବର୍ଷରୁ କମ୍‌ ବାଳିକା ଟେନିସ୍ ପ୍ରତିଯୋଗିତାର ଏକକ ଟ୍ରଫି ଜିତି ନେଇଛନ୍ତି। ଶୁକ୍ରବାରର ଫାଇନାଲରେ ଶୀର୍ଷ ମାନ୍ୟତାପ୍ରାପ୍ତ ସୋହିନୀ ୬-୧, ୬-୪ ସେଟ୍‌ରେ‌ ଦେଶର ୧୫ ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳି ପଶ୍ଚିମବଙ୍ଗର ଶୈଜାୟନୀ ବାନାର୍ଜୀଙ୍କୁ ହରାଇଥିଲେ। ସମ୍ପ୍ରତି ସର୍ବଭାରତୀୟ ସ୍ତରରେ ୪ ନମ୍ବର ସ୍ଥାନରେ ଥିବା ସୋହିନୀ ଏହି ଟ୍ରଫି ବିଜୟରୁ ମୋଟ ୫୦ ଆଇଟା ମାନ୍ୟତା ପଏଣ୍ଟ୍ ମଧ୍ୟ ପକେଟସ୍ଥ କରିଛନ୍ତି।

ସମ୍ବନ୍ଧିତ ଖବର