ସୋହିନୀ ପୁଣି ଚମକିଲେ

0 49

ଭୁବନେଶ୍ବର: ଓଡ଼ିଆ ‌େଟନିସ୍‌ ଲଳନା ସୋହିନୀ ଏସ୍‌ ମହାନ୍ତି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ପୁଣି ଚମକିଛନ୍ତି। ହରିଆନାର କର୍ନଲ ଠାରେ ଆ‌ୟୋଜିତ ୧୨ ବର୍ଷରୁ କମ୍‌ ସିଏସ୍‌ ୭ ବାଳିକା ବର୍ଗରେ ସେ ଏକକ ସହ ଯୁଗଳ ଟ୍ରଫି ଜିତି ଦ୍ବିମୁକୁଟ କରାୟତ କରିଛନ୍ତି। ଶୁକ୍ରବାର ଏକକ ଫାଇନାଲ୍‌ରେ ସୋହିନି ୬-୩, ୬-୩ ସେଟ୍‌‌େର ଦିଲ୍ଲୀର ଦିବ୍ୟା ଉଙ୍ଗ୍ରିସଙ୍କୁ ଏବଂ ଯୁଗଳରେ ଉଙ୍ଗ୍ରିସଙ୍କୁ ସାଥୀ କରି ୬-୩, ୬-୨ ସେଟ୍‌ରେ ଦିଲ୍ଲୀ-ଉତ୍ତର ପ୍ରଦେଶ ଯୋଡ଼ି ଗୌରାଙ୍ଗୀ କାପୁର ଓ ଆର୍‌ ସର୍ବାଙ୍ଗ୍ୟ କିଲାରୁଙ୍କୁ ହରାଇଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.