ନେମାର ଭଉଣୀଙ୍କ କାନ୍ଧ ଖସିଲା

ମସ୍କୋ: ବ୍ରାଜିଲୀୟ ତାରକା ନେମାର (ଜୁନିଅର) ଗତ ଶୁକ୍ରବାର ଖେଳା ଯାଇଥିବା କୋଷ୍ଟାରିକା ବିପକ୍ଷ ମ୍ୟାଚ୍‌ରେ ବ୍ୟକ୍ତିଗତ ଭାବେ ମସ୍କୋ ବିଶ୍ୱକପ୍‌ର ପ୍ରଥମ ଗୋଲ୍‌ ଦେଇଥିଲେ। ଏଥିରେ ତାଙ୍କ ଭଉଣୀ ରାଫେଲା ସାଣ୍ଟୋସ୍‌ ଏତେ ଉତ୍ସାହିତ ହୋଇ ଯାଇଥିଲେ ଯେ ଆଖପାଖରେ ତାଙ୍କୁ କିଛି ଦେଖା ଯାଇ ନଥିଲା। ଉଲ୍ଲସିତ ରାଫେଲା ନେମାରଙ୍କ ଗୋଲ୍‌ ପରେ ଖୁବ୍‌ଜୋରରେ ଚିତ୍କାର କରିବା ସହ ଜୋର୍‌ରେ ନାଚି ଉଠିଥିଲେ। ତେବେ ଅଜାଣତରେ ପାଖରେ ଥିବା ଜଣେ ବାନ୍ଧବୀଙ୍କ ସହ ତାଙ୍କର ଧକ୍କା ହୋଇ ଯାଇଥିଲା। ଏଥିରେ ତାଙ୍କ ବାମ କାନ୍ଧରେ ଜୋର୍‌ଦାର ଆଘାତ ଲାଗିଥିଲା। ଏକ୍ସ-ରେରୁ କାନ୍ଧ ଖସି ଯାଇଥିବା ଜଣା ପଡ଼ିଥିଲା। ରାଫେଲା ଟ୍ଵିଟରରେ ନିଜ ଫଟୋ ପକାଇ ଏହି ବିଷୟରେ ସୂଚନା ଦେଇଥିଲେ। ପ୍ରଥମ ମ୍ୟାଚ୍‌ରେ ଫିକା ପ୍ରଦର୍ଶନ କରିବା ପରେ ନେମାର ପୂରା ଚାପରେ ଥିଲେ। ସେଥିପାଇଁ କୋଷ୍ଟାରିକା ବିପକ୍ଷରେ ଷ୍ଟପେଜ୍‌ ଟାଇମରେ ଗୋଲ୍‌ କରିବା ପରେ ସେ ମଧ୍ୟ ପଡ଼ିଆ ଭିତରେ କାନ୍ଦି ପକାଇଥିଲେ।

ସମ୍ବନ୍ଧିତ ଖବର