ସୋନିଆ, ଲଭ୍‌ଲିନା, ମନ୍‌ଦୀପ୍‌ ଫାଇନାଲ୍‌ରେ:ମଙ୍ଗୋଲିଆ ମୁଷ୍ଟିଯୁଦ୍ଧରେ ଶିବ ଓ ବୀଣାଙ୍କୁ କାଂସ୍ୟ

ନୂଆଦିଲ୍ଲୀ: ବିଶ୍ୱ ପ୍ରତିଯୋଗିତାର ରୌପ୍ୟ ବିଜୟିନୀ ସୋନିଆ ଲାଥେର (୫୭ କେଜି), ଲଭ୍‌ଲିନା ବୋର୍ଗୋହେଁ (୬୯ କେଜି) ଏବଂ ମନ୍‌ଦୀପ୍‌ ଜାଙ୍ଗ୍ରା (୬୯ କେଜି) ମଙ୍ଗୋଲିଆରେ ଚାଲିଥିବା ଉଲାନ୍‌ବତର କପ୍‌ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଏହି ତିନି ଭାରତୀୟ ମୁଷ୍ଟିଯୋଦ୍ଧା ସ୍ୱର୍ଣ୍ଣ ମୁକାବିଲାରେ ଅବତୀର୍ଣ୍ଣ ହୋଇଥିଲା ବେଳେ ଶିବ ଥାପ୍ପା (୬୦ କେଜି) ଓ ବୀଣା ଦେବୀ କୋଇଜାମ୍‌ (୪୮ କେଜି) ନିଜ ନିଜ ସେମିଫାଇନାଲ୍‌ ଲଢ଼େଇ ହାରି କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି। ସେମିଫାଇନାଲ୍‌ରେ ଶିବ ମଙ୍ଗୋଲିଆର ବାଟୁମୁର୍‌ ମିସେଲ୍‌ଟଙ୍କଠୁ ଏବଂ ବୀଣା କୋରିଆର କିମ୍‌ କୁନ୍‌ ସୁନ୍‌ଙ୍କଠାରୁ ହାରି ଯାଇଥିଲେ। ତେବେ ଫାଇନାଲ୍‌ରେ ସୋନିଆଙ୍କ ମୁକାବିଲା ମଙ୍ଗୋଲିଆର ତୁମୁର୍ଖୁୟାଗ୍‌ ବୋଲୋର୍‌ତୁଲ୍‌ଙ୍କ ସହ ହେବାକୁ ଥିଲା ବେଳେ ଲଭ୍‌ଲିନା ଚାଇନିଜ୍‌ ତାଇପେର ନିନ୍‌ ଚେନ୍‌ ଚେନ୍‌ ଏବଂ ମନ୍‌ଦୀପ୍‌ ମଙ୍ଗୋଲିଆର ସେଣ୍ଡ୍‌ ଆୟୁଷ ଓଟ୍‌ଗନ୍‌ ଏର୍ଡେନେଙ୍କ ସହ ଲଢ଼ିବେ।

ସମ୍ବନ୍ଧିତ ଖବର