ସୋଟୋକାଇ ପ୍ରଶିକ୍ଷକ ଆଲୋଚନାଚକ୍ର: ୨୧ ଜଣଙ୍କୁ ବେଲ୍ଟ

ସୋଟୋକାଇ ପ୍ରଶିକ୍ଷକ ଆଲୋଚନାଚକ୍ର: ୨୧ ଜଣଙ୍କୁ ବେଲ୍ଟ

ଭୁବନେଶ୍ୱର: ଜାପାନ କରାଟେ ସୋଟୋକାଇ ପ୍ରଶିକ୍ଷଣ ଆଲୋଚନାଚକ୍ର ମଳିପଡ଼ା ସ୍ଥିତ ଶ୍ରୀକୃଷ୍ଣ ଅନ୍ତର୍ଜାତୀୟ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ୨୧ ଜଣ କରାଟେକା ଅଂଶଗ୍ରହଣ କରିଥିଲେ। ଜାପାନ କରାଟେ ସୋଟୋକାଇ, ଭାରତର ଉପସଭାପତି ସୌମ୍ୟ ରଂଜନ ଦାସଙ୍କ ମାର୍ଗଦର୍ଶନରେ ତୋଫାନ ବିଶୋଇ ଓ ଗଗନ ରଂଜନ ନନ୍ଦ ଏହାକୁ ପରିଚାଳନା କରିଥିଲେ। ସଫଳ ଅଂଶଗ୍ରହଣକାରୀଙ୍କୁ ବିଦ୍ୟାଳୟର ଅଧ୍ୟକ୍ଷ ପବିତ୍ର ରାଉତରାୟ ଏବଂ ପ୍ରଧାନଶିକ୍ଷକ ସ୍ୱରୂପାନନ୍ଦ ମିଶ୍ର ଓ ଉପ ପ୍ରଧାନଶିକ୍ଷକ କବୀନ୍ଦ୍ର ଦାଶ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ବିଭିନ୍ନ ରଙ୍ଗର ବେଲ୍ଟ ପାଇଥିବା ପ୍ରଶିକ୍ଷାର୍ଥୀମାନେ ହେଲେ ନାରଙ୍ଗୀ ବେଲ୍ଟ: ରଘୁଦୀପନ ଷଡ଼ଙ୍ଗୀ, ହେମନ୍ତ କୁମାର, ପ୍ରତ୍ୟୁଷ ପୁରୁଷୋତମ, ସାନ୍‌ଭି ବିଶ୍ୱାଳ, ପ୍ରିୟାଂଶୁ ବଳ, ସୁମାଂସୁ ସାହୁ, ୟସ୍‌ ସାଗର, ଓମ୍‌ ସୌମ୍ୟ ଓ ହିତେନ ପଟେଲ। ସବୁଜ ବେଲ୍ଟ: ଗୋବିନ୍ଦ ପାନ୍ଥେଇ, ଜାନଭି ମହାନ୍ତି, ବଦ୍ରି ନାରାୟଣ, ଅମୃତା ପ୍ରିୟଦର୍ଶିନୀ, ନୀଳ ବେଲ୍ଟ: ଅଭିଳାଷ ଶତପଥୀ, ଆଦିତ୍ୟ ସାହୁ। ଢାଉ ବେଲ୍ଟ: ଜ୍ଞାନ ରଂଜନ ପ୍ରଧାନ, ଦିବ୍ୟଜ୍ୟୋତି ସାମନ୍ତରାୟ। ଧୂସର ବେଲ୍ଟ: ମନୀଷ ସାହୁ, ମନିନ୍ଦର କାର୍ଜି ଓ ଆୟୂଷ ପାତ୍ର।

ସମ୍ବନ୍ଧିତ ଖବର