ସାଉଦି ବିଶ୍ୱକପ୍‌ ବିମାନ ଇଂଜିନ୍‌ରେ ନିଆଁ

ରୋସ୍ତବ-ଅନ୍‌-ଡନ୍‌: ସାଉଦି ଆରବ ଫୁଟ୍‌ବଲ୍‌ ଦଳକୁ ନେଇ ଯାଉଥିବା ବିମାନ ଇଂଜିନ୍‌ରେ ସୋମବାର ନିଆଁ ଲାଗି ଯାଇଥିଲା। ଏଭଳି ଅଘଟଣ ଘଟିବା ମାତ୍ରେ ବିମାନକୁ ସୁରକ୍ଷିତ ଭାବେ ଅବତରଣ କରି ଦିଆଯାଇଥିଲା। ଫଳରେ ବଡ଼ ଧରଣର ଅଘଟଣରୁ ଖେଳାଳିମାନେ ବର୍ତି ଯାଇଥିଲେ। ସୁରକ୍ଷିତ ସହ ହୋଟେଲକୁ ଫେରିଥିଲେ। ବୁଧବାର ଖେଳାଯିବାକୁ ଥିବା ଉରୁଗୁଏ ବିପକ୍ଷ ମ୍ୟାଚ୍‌ ଲାଗି ଦଳ ମସ୍କୋରୁ ରୋସ୍ତବ-ଅନ୍‌-ଡନ୍‌ ଗସ୍ତ କରୁଥିଲା। ସେଠାରେ ପହଞ୍ଚିବାର କିଛି ସମୟ ପୂର୍ବରୁ ଏଭଳି ଯାନ୍ତ୍ରିକ ତୃଟି ଯୋଗୁଁ ଗୋଟିଏ ଇଂଜିନ୍‌ରେ ଅଳ୍ପ ଧରଣର ନିଆଁ ଲାଗି ଯାଇଥିଲା।

ସମ୍ବନ୍ଧିତ ଖବର