ମୋ ସହରକୁ ଏଭଳି ଦେଖିବି ବୋଲି କେବେ ଭାବିନଥିଲି
ସଙ୍ଗରୋଧ ସୁବିଧା ପାଇଁ ଇଡେନ ଗାର୍ଡେନ୍ସ ବ୍ୟବହାର ହୋଇପାରିବ: ଗାଙ୍ଗୁଲି
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବର୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ୩ଟି ଉଲ୍ଲେଖନୀୟ ନିଷ୍ପତ୍ତି ଭାରତୀୟ କ୍ରିକେଟ୍କୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲା। ଗାଙ୍ଗୁଲି ଦଳର ନେତୃତ୍ବ ସମ୍ଭାଳିବା ବେଳକୁ ମ୍ୟାଚ୍ ଫିକ୍ସଂ ସ୍କାଣ୍ଡାଲ୍ରେ ଭାରତୀୟ କ୍ରିକେଟ୍ କଳଙ୍କିତ ଥିଲା, ଦଳ ସମ୍ପୂର୍ଣ୍ଣ ଟୁକୁଡା ଟୁକୁଡା ହୋଇଯାଇଥିଲା, ସାଧାରଣ ଲୋକ ଆଉ ଭାରତୀୟ ଦଳକୁ ଭଲ ପାଉନଥିଲେ, ଖେଳ କ୍ରମେ ସୀମିତ ହେବାରେ ଲାଗିଥିଲା। ଏହି ସମୟରେ ଭାରତୀୟ କ୍ରିକେଟ୍ ବ୍ୟବସ୍ଥାକୁ ଜଣେ ବେଙ୍ଗଲ ପୁରୁଷ ଦୋହଲାଇ ଦେଇଥିଲେ। ନିଜସ୍ବ ବିଚାର ବଳରେ ସେ ଭାରତୀୟ କ୍ରିକେଟ୍ରେ ଛାପ ଛାଡ଼ିଯାଇଥିଲେ। ଗାଙ୍ଗୁଲିଙ୍କ ଏହି ୩ ପ୍ରମୁଖ ନିଷ୍ପତ୍ତି ହିଁ ଭାରତୀୟ କ୍ରିକେଟ୍ ପାଇଁ ଭଲ ରହିଥିଲା ଏବଂ ଭବିଷ୍ୟତକୁ ସଜାଡି ଦେଇଥିଲା।
ଭାରତ ନିକଟରେ ଜଣେ ଏମିତି ଅଲ୍ରାଉଣ୍ଡର୍ ନ ଥିଲେ ଯିଏ ୬ ନମ୍ବରରେ ବ୍ୟାଟିଂ କରିବେ ଏବଂ ୧୦ ଓଭର ବୋଲିଂ କରିପାରିବେ। ଏହି କାରଣରୁ ଗାଙ୍ଗୁଲି ଜଣେ ଅତିରିକ୍ତ ବ୍ୟାଟ୍ସମ୍ୟାନ୍ ଖେଳାଇବା ଲାଗି ରାହୁଲ ଦ୍ରାବିଡ଼ଙ୍କୁ ୱିକେଟ୍ ରକ୍ଷକ ଦାୟିତ୍ବ ଦେଇଥିଲେ। ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହବାଗ, ଯୁବରାଜ ସିଂହ ଏବଂ ନିଜେ ଗାଙ୍ଗୁଲି ବି ବୋଲିଂ କ୍ଷମତା ରଖିଥିଲେ। ଏଥିପାଇଁ ବୋଲିଂ ବିଭାଗରେ ଆସିଥିବା ନମନୀୟତା କାରଣରୁ ଗାଙ୍ଗୁଲି ଆକ୍ରମଣାତ୍ମକ ବିକଳ୍ପ ଆପଣାଇପାରୁଥିଲେ। ଏହି ପଦକ୍ଷେପ ଦଳ ପାଇଁ ଫଳପ୍ରଦ ରହିଥିଲା କାରଣ ଦ୍ରାବିଡ଼ ୱିକେଟ୍ ପଛପଟେ ଭଲ କରିଥିଲେ। ଭାରତ ୨୦୦୩ ମସିହା ବିଶ୍ବକପ୍ରେ ଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚିପାରିଥିଲା।
ସେହବାଗ ମଧ୍ୟକ୍ରମରେ ଖେଳିଥିଲେ ଏବଂ ପ୍ରଥମ ପାଳିରେ ହିଁ ଶତକ ହାସଲ କରି ନେଇଥିଲେ। ସେହବାଗଙ୍କ ଖେଳ ଢଙ୍ଗ ବିପଜ୍ଜନକ ଏବଂ ଟେଷ୍ଟ୍ କ୍ରିକେଟ୍ରେ ସଫଳତା ନେଇ ସନ୍ଦୀହାନ ରହିବ ବୋଲି କ୍ରିକେଟ୍ ପଣ୍ଡିତମାନେ ଆଶଙ୍କା କରିଥିଲେ। ଗାଙ୍ଗୁଲି କିନ୍ତୁ ଏକ ପ୍ରକାର ବାଜି ଲଗାଇ ଦେଇ ତାଙ୍କୁ ପାଳି ଆରମ୍ଭ କରିବାକୁ ଦେଇଥିଲେ। ନିଜସ୍ବ ଢଙ୍ଗରେ ମୁକ୍ତ ଓ ଆକ୍ରାମକ ଆଭିମୁଖ୍ୟରେ ବ୍ୟାଟିଂ କରିବାକୁ ଲାଇସେନ୍ସ ଦେଇ ଦେଇଥିଲେ। ଏହି ଡାହାଣହାତୀ ବ୍ୟାଟସମ୍ୟାନ୍ ଟେଷ୍ଟ୍ କ୍ରିକେଟ୍ରେ ପାଳି ଆରମ୍ଭ କରିବା କଳାରେ ନୂଆ ପରିଭାଷା ଛାଡ଼ିଯାଇଥିଲେ। ଟେଷ୍ଟ୍ କ୍ରିକେଟ୍ରେ ଦୁଇଟି ତ୍ରିଶତକ ହାସଲ କରିବା ସହ ଦେଶ ଭିତରେ ଏବଂ ବିଦେଶରେ ଭାରତର ଅନେକ ବିଜୟରେ ସେ ହିଁ ଦୃଢ଼ ମୂଳଦୁଆ ପକାଇଥିଲେ।
କ୍ରିକେଟ୍ ପାଇଁ ଅବିସ୍ମରଣୀୟ ରହିଥିଲା। ମୁମ୍ବାଇ ଟେଷ୍ଟ୍ରେ ଭାରତକୁ ହରାଇଥିବା ଅଷ୍ଟ୍ରେଲିଆ କୋଲ୍କତାରେ ଗାଙ୍ଗୁଲିଙ୍କ ଦଳକୁ ଫଲୋଅନ୍ ଖେଳାଇଥିଲା। ଭିଭିଏସ୍ ଲକ୍ଷ୍ମଣ ଏବଂ ରାହୁଲ ଦ୍ରାବିଡ଼ ଫଲୋଅନ୍ ପାଳିରେ ପଞ୍ଚମ ୱିକେଟ୍ ପାଇଁ ୪୪୮ ରନ୍ ଯୋଡ଼ିନେବାରୁ ସ୍ଥିତି ଓଲଟି ଯାଇଥିଲା। ଷ୍ଟିଭ୍ ୱଙ୍କ ଦଳ ମାଟି କାମୁଡିଥିଲା। ତଥାପି ଅଷ୍ଟ୍ରେଲିଆ ମ୍ୟାଚ୍ରେ ଥିଲା ଏବଂ ଆମୀମାଂସିତ ରଖିବାର ସୁଯୋଗ ପାଇଥିଲା। ଭେଙ୍କଟପତି ରାଜୁଙ୍କ ବିପକ୍ଷରେ ଭ୍ରମଣକାରୀ ଦଳ ସହଜରେ ଖେଳୁଥିଲେ। ଠିକ୍ ଏହି ସମୟରେ ଗାଙ୍ଗୁଲି ସାମୟିକ ବୋଲିଂ କରୁଥିବା ସଚିନ ତେନ୍ଦୁଲକରଙ୍କୁ ବଲ୍ ବଢ଼ାଇଥିଲେ। ଆଦାମ ଗିଲକ୍ରିଷ୍ଟଙ୍କ ଗୁରୁତ୍ବପୂର୍ଣ୍ଣ ୱିକେଟ୍ ସହିତ ମାରାତ୍ମକ ମାଥ୍ୟୁ ହେଡେନଙ୍କୁ ସଚିନ ପ୍ୟାଭିଲିଅନ୍ ପଠାଇ ଦେଇଥିଲେ। ସଚିନଙ୍କୁ ସୁଇପ୍ ଖେଳିବାକୁ ଯାଇ ହେଡେନ୍ ଆଉଟ୍ ହୋଇଥିଲେ। ସେନ୍ ୱର୍ନଙ୍କ ୱିକେଟ୍ ମଧ୍ୟ ସଚିନ ନେଇଥିଲେ। ସଚିନଙ୍କ ୩ ସହିତ ହରଭଜନ ସିଂହ ୬ ୱିକେଟ୍ ନେବାରୁ ଅଷ୍ଟ୍ରେଲିଆ ଦ୍ବିତୀୟ ପାଳି ୨୧୨ ରନ୍ରେ ଶେଷ ହୋଇଥିଲା ଏବଂ ଭାରତ ଐତିହାସିକ ବିଜୟ ହାସଲ କରିଥିଲା। ଏହି ବିଜୟ କେବଳ ବିଜୟ ନ ଥିଲା। ଭାରତୀୟ କ୍ରିକେଟ୍ର ରୂପରେଖ ବଦଳାଇ ଦେଇଥିଲା। ୧୬ଟି ଅପରାଜିତ ଟେଷ୍ଟ୍ ପରେ ଭାରତ ମାଟିରେ ମଧ୍ୟ କଙ୍ଗାରୁ ଦଳ ଟେଷ୍ଟ୍ ଶୃଙ୍ଖଳା ହାରିଥିଲା।
ମୋ ସହରକୁ ଏଭଳି ଦେଖିବି ବୋଲି କେବେ ଭାବିନଥିଲି
କୋଲ୍କାତା : ମହାମାରୀ କରୋନା ଭୂତାଣୁ ସାରା ବିଶ୍ବକୁ ଗ୍ରାସ କରିବାରେ ଲାଗିଛି। ସେଥିରୁ ଭାରତ ମଧ୍ୟ ବାଦ୍ ପଡ଼ିନାହିଁ। କରୋନା ପ୍ରତିଷେଧକ ପାଇଁ ସାରା ଭାରତରେ ଏବେ ଲକ୍ଡାଉନ୍ (ଗୃହାବଦ୍ଧ) ସ୍ଥିତି ଉପୁଜିଛି। ସାଧାରଣ ଲୋକଙ୍କୁ ଘରୁ ବାହାରକୁ ବାହାରିବା ଉପରେ କଟକଣା ଜାରି କରାଯାଇଛି। ଫଳରେ ରାସ୍ତାଘାଟ, ବଜାର ସବୁ ଜନତାଶୂନ୍ୟ ହୋଇପଡ଼ିଛି। ଏଥିରୁ କୋଲ୍କାତା ସହର ମଧ୍ୟ ବର୍ତିନାହିଁ। ସାରା ସହର ଶୁନ୍ଶାନ୍ ହୋଇପଡ଼ିଛି। ତେବେ ମୋ ଜୀବନକାଳ ମଧ୍ୟରେ ଘରୋଇ ସହର କୋଲ୍କାତାକୁ ଏଭଳି ଭାବେ ଦେଖିବି ବୋଲି କେବେ ବି ଭାବିନଥିବା ସାଂପ୍ରତିକ ସ୍ଥିତିକୁ ନେଇ ବିସିସିଆଇ ସଭାପତି ତଥା ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି କହିଛନ୍ତି। ତଥାପି କରୋନା ମୁକାବିଲା ପାଇଁ ଏହାକୁ ମାନିନେବା ଉଚିତ। ସୁସ୍ଥ ଓ ନିରାପଦରେ ରୁହ, ଖୁବ୍ ଶୀଘ୍ର ଏହି ସ୍ଥିତି ବଦଳିଯିବ। ସମସ୍ତଙ୍କୁ ମୋର ଭଲପାଇବା ରହୁ ବୋଲି ଗାଙ୍ଗୁଲି ବାର୍ତା ଦେଇଛନ୍ତି। ଗାଙ୍ଗୁଲି ଖାଁ ଖାଁ ଲାଗୁଥିବା କୋଲ୍କାତା ସହରର ରାସ୍ତାଘାଟର ଫଟୋ ସହିତ ଏହି ବାର୍ତାକୁ ନିଜ ଟ୍ବିଟର ପୃଷ୍ଠାରେ ମଙ୍ଗଳବାର ପୋଷ୍ଟ କରିଛନ୍ତି। ସରକାରଙ୍କ ମାର୍ଗଦର୍ଶିକାକୁ ମାନିନେବାକୁ ଗାଙ୍ଗୁଲି ମଧ୍ୟ ଏହି ଅବସରରେ ଆହ୍ବାନ ଦେଇଛନ୍ତି।ସଙ୍ଗରୋଧ ସୁବିଧା ପାଇଁ ଇଡେନ ଗାର୍ଡେନ୍ସ ବ୍ୟବହାର ହୋଇପାରିବ: ଗାଙ୍ଗୁଲି
ନୂଆଦିଲ୍ଲୀ : କୋଲ୍କାତାର ଐତିହାସିକ ଇଡେନ ଗାର୍ଡେନ୍ସର ଇନ୍ଡୋର ବ୍ୟବସ୍ଥା ଓ ଖେଳାଳିଙ୍କ ରହଣୀ ସ୍ଥାନକୁ ସଙ୍ଗରୋଧ ସୁବିଧା ଭାବେ ବ୍ୟବହାର କରାଯାଇପାରିବ। ଯେହେତୁ ଦେଶରେ ୫୮୦ରୁ ଅଧିକ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେଲେଣି ଓ ୧୦ ଜଣଙ୍କ ମୃତ୍ୟୁ ହେଲାଣି, ଏପରିସ୍ଥଳେ ଯଦି ପଶ୍ଚିମବଙ୍ଗ ସରକାର ଇନେଡ୍ ଗାର୍ଡେନ୍ସକୁ ସଙ୍ଗରୋଧ ବ୍ୟବସ୍ଥା ଭାବେ ବ୍ୟବହାର କରିବାକୁ ଚାହାଁନ୍ତି, ତାହେଲେ ଆମେ ଏହାକୁ ହସ୍ତାନ୍ତର କରିବାକୁ ପ୍ରସ୍ତୁତ ଅଛୁ ବୋଲି ବିସିସିଆଇ ସଭାପତି ତଥା ବେଙ୍ଗଲ କ୍ରିକେଟ୍ ସଂଘର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି। କରୋନା ଭୂତାଣୁ ଆତଙ୍କ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ପାଇଁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ୨୧ ଦିନ ପାଇଁ ଭାରତ ବନ୍ଦ (ଲକ୍ଡାଉନ୍) ଆହ୍ବାନ ଦେଇଥିଲା ବେଳେ ଏଭଳି ସଂକଟ ସମୟରେ ଆମେ କିଛି ବି କରିବାକୁ ପ୍ରସ୍ତୁତ। ତେଣୁ ଇଡେନ୍ ଗାର୍ଡେନ୍ସରେ ସଙ୍ଗରୋଧ ସୁବିଧା କରିବାରେ କୌଣସି ସମସ୍ୟା ହେବନି ବୋଲି ଭାରତୀୟ ଦଳର ଏହି ପୂର୍ବତନ ଅଧିନାୟକ ଗାଙ୍ଗୁଲି କହିଛନ୍ତି।ପୂର୍ବରୁ ପଣ୍ତିଚେରୀ କ୍ରିକେଟ ସ˚ଘ (ସିଏପି) ପଡୁଚେରୀର ତୁଟିପେଟସ୍ଥିତ ଏହାର ଖେଳାଳିଙ୍କ ରହିବାସ୍ଥାନକୁ ସଙ୍ଗରୋଧ ବ୍ୟବସ୍ଥା ଭାବେ ବ୍ୟବହାର କରିବାକୁ ପ୍ରସ୍ତାବ ଦେଇସାରିଛି। କରୋନା ପରିସ୍ଥିତିକୁ ନଜରରେ ରଖି ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଗୃହାବଦ୍ଧ ଘୋଷଣା କରିଛନ୍ତି। ତେବେ କୋଲ୍କାତାର ଶୁନ୍ଶାନ୍ ରାସ୍ତାକୁ ଦେଖିବା ପରେ ଏଭଳି ପରିସ୍ଥିତିକୁ ତାଙ୍କ ଜୀବନରେ କେବେ ଦେଖିବେ ବୋଲି ସେ କଳ୍ପନା କରିନଥିବା ଗାଙ୍ଗୁଲି ଟ୍ବିଟରରେ କହିଛନ୍ତି।