ସୌରଭଙ୍କୁ ସ୍ବର୍ଣ୍ଣ

କୁଏତ୍‌ ସିଟି: ଯୁବ ଭାରତୀୟ ‌ବନ୍ଧୁକ ଚାଳକ ସୌରଭ ଚୌଧୁରୀ ଗୁରୁବାର ଏକାଦଶତମ ଏସୀୟ ଏୟାରଗନ୍‌ ପ୍ରତିଯୋଗିତା‌‌ର ପୁରୁଷ ୧୦ ମିଟର ଏୟାର ପିସ୍ତଲରେ ‌ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ବ୍ୟକ୍ତିଗତ ବର୍ଗରେ ୨୩୯.୮ ପଏଣ୍ଟ୍‌ ସହ ପ୍ରଥମ ସ୍ଥାନରେ ରହିଥିଲେ। ସେହିପରି ‌ସେ ମଧ୍ୟ ଦଳଗତ ବର୍ଗରେ ଅର୍ଜୁନ ସିଂହ ଚୀମା ଓ ଅନ୍‌ମ‌ୋଲ ଜୈନଙ୍କ ସହ ମିଶି ୧୭୩୧ ପଏଣ୍ଟ୍‌ ପାଇ ଆଉ ଏକ ସ୍ବର୍ଣ୍ଣ ପଦକ କରାୟତ କରିଥିଲେ। ବ୍ୟକ୍ତିଗତ ବର୍ଗରେ ଅର୍ଜୁନ (୨୩୭.୭) ରୌପ୍ୟ ଜିତିଥିଲା ବେଳେ ଚାଇନିଜ୍‌ ତାଇପେର ହୁଆଙ୍ଗ୍‌ ୱେଇ-ତେ କାଂସ୍ୟ ପାଇଥିଲେ। ଅନ୍‌ମୋଲ ୧୯୫.୧ ପଏଣ୍ଟ୍‌ ସହ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ରହିଥିଲେ। ଏପର୍ଯ୍ୟନ୍ତ ଭାରତ ଏହି ପ୍ରତିଯୋଗିତାରୁ ୩ ‌ସ୍ବର୍ଣ୍ଣ, ୫ ‌ରୌପ୍ୟ ଓ ୨ କାଂସ୍ୟ ସହ ମୋଟ ୧୦ ପଦକ ହାସଲ କରିଛି। ‌ପୂର୍ବରୁ ସ୍କିଟ୍‌ରେ ଅଙ୍ଗଦ ବୀର ସିଂହ ବଜୱା ଏବଂ ୧୦ ମିଟର ରାଇଫଲ ମିଶ୍ରିତ ଦଳଗତ ବର୍ଗରେ ଏଲାଭେନିଲ ଭାଲିରିଭାନ ଓ ହୃଦୟ ହଜାରିକା ବିଶ୍ବ କୀର୍ତିମାନ ସହ ସ୍ବର୍ଣ୍ଣ ପଦକ ଜିତିଥିଲେ। ବଜୱା ସ୍କିଟ୍‌ ଫାଇନାଲ୍‌ରେ ୬୦ରୁ ୬୦ ପଏଣ୍ଟ୍‌ ସହ ଏହି ବିଶ୍ବ କୀର୍ତିମାନର ଅଧିକାରୀ ହୋଇଥିଲେ। ‌ସେହିପରି ଭାଲିରିଭାନ ଓ ହୃଦୟ ମଧ୍ୟ ଫାଇନାଲ୍‌ରେ ୫୦୨.୧ ପଏଣ୍ଟ୍‌ ହାସଲ କରି ବିଶ୍ବ କୀର୍ତିମାନ କରିବାର ସୌଭାଗ୍ୟ ପାଇଥି‌ଲେ।

ସମ୍ବନ୍ଧିତ ଖବର