ହୋ ଚି ମିନ୍ ସିଟି: ଗତ ମାସରେ ହାଇଦ୍ରାବାଦ ଓପନ୍ ଜିତିଥିବା ଭାରତୀୟ ବ୍ୟାଡ୍ମିଣ୍ଟନ ତାରକା ସୌରଭ ବର୍ମା ପୁଣି ଏକ ଟ୍ରଫି କରାୟତ କରିଛନ୍ତି। ଏଠାରେ ଚାଲିଥିବା ଭିଏତନାମ ଓପନ୍ ବିଡବ୍ଲୁଏଫ୍ ଟୁର୍ ୧୦୦ ପ୍ରତିଯୋଗିତାର ରବିବାର ପୁରୁଷ ଏକକ ଫାଇନାଲ୍ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ସୌରଭ ପ୍ରାୟ ୧ ଘଣ୍ଟା ୧୨ ମିନିଟ୍ ସଂଘର୍ଷ କରି ୨୧-୧୨, ୧୭-୨୧ ଓ ୨୧-୧୪ରେ ଚୀନ୍ ପ୍ରତିଦ୍ବନ୍ଦ୍ବୀ ସୁନ୍ ଫେଇ ଜିଆଙ୍ଗ୍ଙ୍କୁ ପରାସ୍ତ କରିଥିଲେ। ଏହା ପୂର୍ବରୁ ସୌରଭ ମଧ୍ୟ ଚଳିତ ବର୍ଷ ସ୍ଲୋଭେନିଆ ଇଣ୍ଟରନ୍ୟାସ୍ନାଲ୍ ଟ୍ରଫି ହାସଲ କରିଥିଲେ। ସେହିପରି ଗତବର୍ଷ ଡଚ୍ ଓପନ୍ ଏବଂ କୋରିଆ ଓପନ୍ ମଧ୍ୟ ଜିତିଥିଲେ ସୌରଭ। ହେଲେ ଚଳିତ ବର୍ଷ କୋରିଆ ଓପନ୍ରେ ଭାଗ ନେବେ କି ନାହିଁ ତାହା ସ୍ପଷ୍ଟ କରିନାହାନ୍ତି। କୋରିଆ ଓପନ୍ ଚଳିତ ମାସ ୨୪ରୁ ୨୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ।
ସୌରଭ ଜିତିଲେ ଭିଏତନାମ ଓପନ୍ ଟ୍ରଫି
/sambad/media/post_attachments/wp-content/uploads/2019/09/ssfdafadfasdfasdfafsd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)