ଦକ୍ଷିଣ ଆଫ୍ରିକା ଆଶା ମଉଳିଲା

ୱିଲିୟମସନ୍ ଶତକରେ ନ୍ୟୁଜିଲାଣ୍ଡ ଅପରାଜେୟ

ବର୍ମିଂହାମ: ବିଶ୍ବକପ୍‌ରେ ନ୍ୟୁଜିଲାଣ୍ଡର ଅପରାଜେୟ ଧାରା ଅତୁଟ ରହିଛି। ବୁଧବାର ଦକ୍ଷିଣ ଆଫ୍ରିକାକୁ ୪ ୱିକେଟ୍‌ରେ ହରାଇ ଏହି ଦଳ ଚତୁର୍ଥ ବିଜୟ ସହ ପଏଣ୍ଟ ତାଲିକାର ପ୍ରଥମ ସ୍ଥାନକୁ ପ୍ରତ୍ୟାବର୍ତନ କରିଛି। ସେପଟେ ବଡ଼ ପ୍ରତିଯୋଗିତାରେ ବିଫଳତା ପାଇଁ ‘ଚୋକର’ ଅପଯଶ ବହନ କରି ଆସୁଥିବା ଦକ୍ଷିଣ ଆଫ୍ରିକା ପୁଣି ଥରେ ଠିକଣା ସମୟରେ ହାତ ଟେକି ଦେଇଛି। ଷଷ୍ଠ ମ୍ୟାଚ୍‌ରୁ ଚତୁର୍ଥ ପରାଜୟ ବରଣ କରି ସେମିଫାଇନାଲ୍ ଦୌଡ଼ରୁ ଆପାତତଃ ବାଦ୍ ପଡ଼ିଛି। କିୱି ଦଳ ଆଶା କିନ୍ତୁ ଉଜ୍ଜ୍ବଳ ରହିଛି। ନ୍ୟୁଜିଲାଣ୍ଡ ବୁଧବାର ମୁକାବିଲାକୁ ୬ ୱିକେଟ୍ ବିନିମୟରେ ଏବଂ ୩ ବଲ୍ ପୂର୍ବରୁ ଜିତି ନେଇଛି। ୨୦୧୧ ବିଶ୍ବକପ୍‌ କ୍ବାର୍ଟର ଫାଇନାଲ‌୍‌, ୨୦୧୫ ସେମିଫାଇନାଲ୍‌ ପରେ ନ୍ୟୁଜିଲାଣ୍ଡ ମଧ୍ୟ ୨୦୧୯ରେ ଦକ୍ଷିଣ ଆଫ୍ରିକାକୁ ବିଦାୟ ଦ୍ବାରଦେଶରେ ପହଞ୍ଚାଇ ‌େଦଇଛି।
ଛକା, ଚୌକାରେ ବିଜୟ
ଦକ୍ଷିଣ ଆଫ୍ରିକା ଆଜି ନ୍ୟୁଜିଲାଣ୍ଡକୁ ୨୪୨ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ନ୍ୟୁଜିଲାଣ୍ଡ ମାତ୍ର ୧୨ ରନ୍‌ରେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କଲିନ୍ ମୁନ୍ରୋ‌ (୯)ଙ୍କ ୱିକେଟ୍ ହରାଇବା ସତ୍ତ୍ବେ ୪୮.୩ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଅଭିଜ୍ଞ ରସ୍ ଟେଲର ଓ ଟମ୍ ଲାଥାମ ୧ ରନ୍ ଲେଖାଏଁ କରିଥିଲେ। ମାର୍ଟିନ ଗପ୍ଟିଲ (୩୫) ଦୁର୍ଭାଗ୍ୟଜନକ ଭାବେ ହିଟ୍‌ ୱିକେଟ୍ ହେବା ପରେ ଜେମ୍ସ ନୀସାମ ୨୩ ରନ୍ କରିଥିଲେ। ତେବେ ଅଧିନାୟକ କେନ୍ ୱିଲିୟମସନ୍ (୧୦୬*) ଓ କଲିନ ଡି’ ଗ୍ରାଣ୍ଢୋମେ (୬୦) ଷଷ୍ଠ ୱିକେଟ୍‌ରେ ୯୧ ରନ୍ ଯୋଡ଼ି ନୁଜିଲାଣ୍ଡକୁ ବିଜୟର ନିକଟତର କରାଇଥିଲେ। ଲୁଙ୍ଗି ଏନ୍‌ଗିଡ଼ି ୪୮ତମ ଓଭରରେ ଗ୍ରାଣ୍ଢୋମେଙ୍କୁ ଆଉଟ୍ କରି ମ୍ୟାଚ୍‌ରେ ରୋମାଞ୍ଚ ଭରିଥିଲେ। ୪୮ତମ ଓଭରର ଶେଷ ବଲ୍‌ରେ ୱିଲିୟମସନ୍ ଚୌକା ମାରିବା ପରେ ଶେଷ ଓଭରରୁ ବିଜୟ ପାଇଁ ନ୍ୟୁଜିଲାଣ୍ଡକୁ ୮ ରନ୍‌ର ଦରକାର ଥିଲା। ଆନ୍ଦିଲ ଫେଲୁକ୍ବାଓଙ୍କ ଏହି ଓଭରର ପ୍ରଥମ ବଲ୍‌ରେ ମିଚେଲ ସାଣ୍ଟନର ସିଙ୍ଗଲ ନେଇ ୱିଲିୟମସନଙ୍କୁ ଷ୍ଟ୍ରାଇକର ପଟେ ପହଞ୍ଚାଇ ଦେଇଥିଲେ। ଦ୍ବିତୀୟ ଓ ତୃତୀୟ ବଲ୍‌କୁ ଛକା, ଚୌକା ମାରି ୱିଲିୟମସନ୍ ନ୍ୟୁଜିଲାଣ୍ଡକୁ ରୋମାଞ୍ଚକର ବିଜୟ ଉପହାର ଦେଇଥିଲେ। ତା’ସହ ବିଶ୍ବକପ୍‌ରେ ନିଜ ପ୍ରଥମ ଶତକ ପୂରଣ କରିଥିଲେ। ଏହା ତାଙ୍କ ଖେଳ ଜୀବନର ଦ୍ବାଦଶ ଶତକ ଥିଲା। ସେ ହିଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।

ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ ସ୍କୋର‌୍‌ କାର୍ଡ

ଦକ୍ଷିଣ ଆଫ୍ରିକା: ୨୪୧/୬
କ୍ବିଣ୍ଟନ ଡି’କକ୍‌-ବୋ-ବୋଲ୍ଟ-୦୫
ହାସିମ୍‌ ଆମ୍‌ଲା-ବୋ-ସାଣ୍ଟନର-୫୫
ଫାଫ୍‌ ଡୁ ପ୍ଲେସିସ୍‌-ବୋ-ଫର୍ଗୁସନ-୨୩
ମାର୍କରମ-କ-କୁନ୍‌ରୋ-ବୋ-ଗ୍ରାଣ୍ଢୋମେ-୩୮
ଭାନ୍‌ ଡେର୍‌ ଦୁସେନ୍‌-ଅପରାଜିତ-୬୭
ଡେଭିଡ୍‌ ମିଲର୍‌-କ-ବୋଲ୍ଟ-ବୋ-ଫର୍ଗୁସନ-୩୬
ଫେଲୁକ୍ବାୟୋ-କ-ୱିଲିୟମସନ୍‌-ବୋ-ଫର୍ଗୁସନ-୦୦
ମୋରିସ୍‌-ଅପରାଜିତ-୦୬
ଅତିରିକ୍ତ- (ଏଲ୍‌ବି-୭, ୱାଇଡ୍‌-୪)-୧୧
ମୋଟ-(୪୯ ଓଭର, ୬ ୱିକେଟ୍‌)-୨୪୧
ୱିକେଟ୍‌ ପତନ: ୧/୯, ୨/୫୯, ୩/୧୧୧, ୪/୧୩୬, ୫/୨୦୮, ୬/୨୧୮।
ବୋଲି˚: ମ୍ୟାଟ୍‌ ହେନ୍‌ରି ୧୦-୨-୩୪-୦, ଟ୍ରେଣ୍ଟ୍‌ ବୋଲ୍‌ଟ ୧୦-୦-୬୩-୧, ଲୁକେ ଫର୍ଗୁସନ୍‌ ୧୦-୦-୫୯-୩, କଲିନ୍‌ ଡି’ଗ୍ରାଣ୍ଢୋମେ ୧୦-୦-୩୩-୧, ମିଚେଲ ସାଣ୍ଟ୍‌ନର ୯-୦-୪୫-୧।
ନ୍ୟୁଜିଲାଣ୍ଡ: ୨୪୫/୬
ଗପ୍ଟିଲ-ହିଟ୍‌ ୱିକେଟ୍‌-ବୋ-ଫେଲୁକ୍ବାୟୋ-୩୫
କଲିନ ମୁନ୍‌ରୋ-କ ଓ ବୋ-ରବଦା-୦୯
ୱିଲିୟମସନ୍‌-ଅପରାଜିତ-୧୦୬
ରସ୍‌ ଟେଲର-କ-ଡି’କକ୍‌-ବୋ-ମୋରିସ-୦୧
ଟମ ଲାଥମ-କ-ଡି’କକ୍‌-ବୋ-ମୋରିସ-୦୧
ଜେମ୍ସ ନିସାମ-କ-ଆମ୍‌ଲା-ବୋ-ମୋରିସ-୨୩
ଗ୍ରାଣ୍ଢୋମେ-କ-ଡୁ’ପ୍ଲେସିସ୍‌-କ-ଏନ୍‌ଗିଡି-୬୦
ସାଣ୍ଟନର-ଅପରାଜିତ-୦୨
ଅତିରିକ୍ତ- (ଲେବା-୧, ନୋ-୧, ୱାଇଡ୍‌-୬)-୦୮
ମୋଟ-(୪୮.୩ ଓଭର, ୬ ୱିକେଟ୍‌)-୨୪୫/୬
ୱିକେଟ୍‌ ପତନ: ୧/୧୨, ୨/୭୨, ୩/୭୪, ୪/୮୦, ୫/୧୩୭, ୬/୨୨୮।
ବୋଲି˚: କାଗିସୋ ରବାଦା ୧୦-୦-୪୨-୧, ଲୁଙ୍ଗି ଏନ୍‌ଗିଡି ୧୦-୧-୪୭-୧, କ୍ରିସ୍‌ ମୋରିସ୍‌ ୧୦-୦-୪୯-୩, ଆନ୍ଦିଲେ ଫେଲୁକ୍ବାୟୋ ୮.୩-୦-୭୩-୧, ଇମ୍ରାନ୍‌ ତାହିର ୧୦-୦-୩୩-୦।

 

 

ସମ୍ବନ୍ଧିତ ଖବର