ଔଷଧ କିଣିବାକୁ ଯାଇଥିବା କ୍ରିକେଟର ଜେପି ଡୁମିନିଙ୍କ ପତ୍ନୀ ଆକ୍ରମଣର ଶିକାର

ନୂଆଦିଲ୍ଳୀ: ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର ଜେପି ଡୁମିନି କିଛି ଦିନ ହେବ ମାନସିକ ଚାପରେ ଅଛନ୍ତି। ଫାଷ୍ଟ କ୍ଲାସ ଓ ଟେଷ୍ଟ କ୍ରିକେଟରୁ ସନ୍ୟାସ ନେବା ପାଇଁ ଘୋଷଣା କରିଥିବା ଡୁମିନିଙ୍କ ପତ୍ନୀ ସୁଇ ଡୁମିନି ଓ ତାଙ୍କର ଜେଜେ ମା’ ଆକ୍ରମଣର ଶିକାର ହୋଇଛନ୍ତି। ଟୁଇଟ ମାଧ୍ୟମରେ ଡୁମିନି ଫେନ୍ସକୁ ଏହା ଜାଣିବାକୁ ଦେଇଛନ୍ତି।

ଗୁରୁବାର ଅପରାହ୍ନରେ ତାଙ୍କର ପତ୍ନୀ ଓ ଜେଜେ ମା’ କେପ୍‌ଟାଉନର ଏକ ଔଷଧ ଦୋକାନକୁ ଯାଇଥିଲେ। ସେମାନେ ଔଷଧ କିଣୁଥିବା ସମୟରେ ହଠାତ ଜଣେ ଦୁର୍ବୃତ୍ତ ଆକ୍ରମଣ କରିବା ସହିତ ସୁନା ଚେନ ଝାମ୍ପି ନେଇଥିଲା। ଘଟଣା ସ୍ଥଳରେ ଜେଜେ ମା’ ଆହତ ହୋଇଥିଲେ। ଡୁମିନି ଯେଉଁ ଲୋକମାନେ ଏହି କ୍ଲିନିକୁ ଔଷଧ ନେବାକୁ ଯାଆନ୍ତି, ସେମାନଙ୍କୁ ଏହି ଘଟଣାକୁ ଟୁଇଟରରେ ପୋଷ୍ଟ କରିବା ସହିତ ସଚେତନ କରାଇଛନ୍ତି।

୩୩ ବର୍ଷିଅ ଡୁମିନି ଦିନିକିଆ ଖେଳ ନେଇ ବ୍ୟସ୍ତ ରହୁଛନ୍ତି। ଇଂଲଣ୍ଡ ଗସ୍ତରେ ଥିବା ଦକ୍ଷିଣ ଆଫ୍ରିକା ଲଡର୍ସରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ୨୧୧ ରନ୍‌ରେ ପରାସ୍ତ ହେବା ପରେ ଡୁମିନିକୁ ବାହାର କରି ଦିଆଯାଇଛି। ଏହା ପରେ ସେ ଘରେ ବସିଛନ୍ତି। ଡୁମିନି ସମୁଦାୟ ୪୬ଟି ଟେଷ୍ଟ ମ୍ୟାଚରେ ୩୨.୮୫ ହାରରେ ୨୧୦୩ ରନ୍‌ ସଂଗ୍ରହ କରିଛନ୍ତି। ଏଥିରେ ୬ଟି ଶତକ ଓ ୮ଟି ଅର୍ଦ୍ଧଶତକ ସାମିଲ ରହିଛି।

 

ସମ୍ବନ୍ଧିତ ଖବର