ଦକ୍ଷିଣ ଆଫ୍ରିକା ୧୦ ଓ୍ଵିକେଟ୍‌ରେ ଜିତିଲା

କିମ୍ବର୍ଲି: ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆକୁ ଦକ୍ଷିଣ ଆଫ୍ରିକା ୧୦ ଓ୍ଵିକେଟ୍‌ରେ ଜିତି ନେଇଛି। ମୁସ୍‌ଫିକର ରହିମଙ୍କ ଶତକ (୧୧୦*, ୧୧୬ ବଲ୍‌, ୧୧ ଚୌକା, ୨ ଛକା) ବଳରେ ବାଂଲାଦେଶ ୭ ଓ୍ଵିକେଟ୍‌ ହରାଇ ୨୭୮ ରନ୍‌ କରିଥିଲା। କାଗିସୋ ରବାଦା (୧୦-୧-୪୩-୪) ଏବଂ ପ୍ରିଟୋରିୟସ୍‌ (୧୦-୦-୪୮-୨) ଘରୋଇ ଦଳର ସଫଳ ବୋଲର ଥିଲେ। ଜବାବରେ କ୍ୱିଣ୍ଟନ୍‌ ଡି’କକ୍‌ (୧୬୮*, ୧୪୫ ବଲ୍‌, ୨୧ ଚୌକା, ୨ ଛକା) ଏବଂ ହାସିମ୍‌ ଆମଲା (୧୧୦*, ୧୧୨ ବଲ୍‌, ୮ ଚୌକା)ଙ୍କ ଅତୁଟ ପ୍ରଥମ ଓ୍ଵିକେଟ୍‌ ଭାଗୀଦାରି ବଳରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଥିଲା। କୌଣସି ଓ୍ଵିକେଟ୍‌ ନ ହରାଇ ୨୮୨ ରନ୍‌ ସଂଗ୍ରହ କରି ବିଜୟୀ ହେବାରେ ଏହା ଏକ ନୂଆ କୀର୍ତିମାନ। ପୂର୍ବରୁ ୨୦୧୬ ଜୁନ୍‌ରେ ଶ୍ରୀଲଙ୍କାର ୨୫୫ ରନ୍‌କୁ ଇଂଲଣ୍ଡ ଯୋଡ଼ି ଜାସନ୍‌ ରୟ-ଆଲେକ୍ସ ହେଲ୍‌ସ ବିନା ଓ୍ଵିକେଟ୍‌ରେ ପଛରେ ପକାଇଥିଲେ। ସେହିଭଳି ଲିଷ୍ଟ୍‍ ‘ଏ’ରେ ମଧ୍ୟ ଏହା ଏକ କୀର୍ତିମାନ। ୨୦୦୮ରେ ପଞ୍ଜାବ ବିପକ୍ଷରେ ଦିଲ୍ଲୀ ବିନା ଓ୍ଵିକେଟ୍‌ରେ ୨୭୫ ରନ୍‌ କରି ଜିତିଥିଲା।

ସମ୍ବନ୍ଧିତ ଖବର