ଖଣ୍ଡଗିରିରେ ବୁଲିଲା ସ୍ପେନ୍‌ ହକି ଦଳ:ବାହୁଡ଼ିଗଲେ ହକି ବୀର

ଭୁବନେଶ୍ୱର: ହକି ବିଶ୍ୱ ଲିଗ୍‌ ରବିବାର ଶେଷ ହୋଇଥିଲା ବେଳେ ସୋମବାର ୮ଟି ଯାକ ଅଂଶ ଗ୍ରହଣକାରୀ ଦଳ ସ୍ୱଦେଶ ଫେରିଛନ୍ତି। ଏହା ପୂର୍ବରୁ କିଛି ଖେଳାଳି ଭୁବନେଶ୍ୱରର ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲି ଦେଖିଛନ୍ତି। ଏହି କ୍ଷେତ୍ରରେ ସ୍ପେନ୍‌ ଖେଳାଳିମାନେ ଆଗୁଆ ରହିଛନ୍ତି। ପୂରା ସ୍ପେନ୍‌ ଦଳ ସୋମବାର ଖଣ୍ଡଗିରି-ଉଦୀୟଗିରି ବୁଲି ଯାଇଥିଲେ। ପ୍ରଶଂସକଙ୍କ ସହ ଫଟୋ ଉଠାଇବା ସହ ସାଥୀ ଖେଳାଳିଙ୍କ ସହ ଫଟୋ ଉଠାଇ ଭୁବନେଶ୍ୱର ଆସିବାର ସ୍ମୃତି ସାଉଣ୍ଟିଥିଲେ। ସଂଧ୍ୟାରେ ସ୍ପେନ୍‌ ସହ ବେଲଜିୟମ, ନେଦରଲାଣ୍ଡ, ଇଂଲଣ୍ଡ, ଅଷ୍ଟ୍ରେଲିଆ ଏବଂ ଆର୍ଜେଣ୍ଟିନା ଭୁବନେଶ୍ୱର ଛାଡ଼ିଥିବା ଜଣା ପଡ଼ିଛି।
ଭୁବନେଶ୍ୱରକୁ ଧନ୍ୟବାଦ ଦେଲେ ରୂପୀନ୍ଦର
ହକି ବିଶ୍ୱ ଲିଗ୍‌ ଅବସରରେ ପ୍ରଶଂସକଙ୍କ ପସନ୍ଦର ଖେଳାଳି ପୁରସ୍କାର ଲାଭ କରିଥିବା ଭାରତୀୟ ଖେଳାଳି ରୂପୀନ୍ଦର ପାଲସିଂହ ଆତିଥେୟତା ଓ ଭଲ ପାଇବା ଲାଗି ଭୁବନେଶ୍ୱରକୁ ଧନ୍ୟବାଦ ଦେଇଛନ୍ତି। ସୋମବାର ଟ୍ଵିଟ୍‌ କରି ସେ ନିଜ ଭାବନା ପ୍ରକାଶ କରିବା ସହ ଧନ୍ୟବାଦ ଭୁବନେଶ୍ୱର, ଆପଣ ହକିକୁ ଅଜସ୍ର ଭଲପାଇବା ଅଜାଡ଼ି ଦେଲେ ବୋଲି ଲେଖିଛନ୍ତି।

ସମ୍ବନ୍ଧିତ ଖବର