ଏସୀୟ କ୍ରୀଡ଼ା: ଭାରତୀୟ ପୁରୁଷ ହକି ଟିମ୍‌ର ବିଜୟ ଅଭିଯାନ ଜାରି, ୮-୦ରେ ଜାପାନ ପରାସ୍ତ

ଜାକର୍ତ୍ତା: ଇଣ୍ଡୋନେସିଆର ଜାକର୍ତ୍ତା-ପାଲେମବାଙ୍ଗ ଠାରେ ଚାଲିଥିବା ୧୮ତମ ଏସୀୟ କ୍ରୀଡ଼ାରେ ଭାରତର ପୁରୁଷ ହକି ଟିମ୍‌ ବିଜୟ ଅଭିଯାନ ଜାରି ରହିଛି। ଟୁର୍ଣ୍ଣାମେଣ୍ଟର ୬ଷ୍ଠ ଦିନରେ ପୁଲ-ଏ ମ୍ୟାଚର ଶୁକ୍ରବାର ମୁକାବିଲାରେ ଭାରତ ୮-୦ରେ ଜାପାନକୁ ପରାସ୍ତ କରିଛି। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଏପର୍ଯ୍ୟନ୍ତ ୫୧ଟି ଗୋଲ ହାସଲ କରିଛି। ଭାରତୀୟ ଟିମ୍‌ ପୂର୍ବରୁ ଇଣ୍ଡୋନେସିଆ ବିପକ୍ଷରେ ୧୭-୦ରେ ଓ ହଙ୍ଗକଙ୍ଗ ବିପକ୍ଷରେ ୨୬-୦ରେ ବିଜୟୀ ହୋଇଥିଲା।

ଆରମ୍ଭରୁ ହିଁ ଭାରତୀୟ ଖେଳାଳିମାନେ ଏକତରଫା ଆକ୍ରମଣ କରି ଚାଲିଥିଲେ। ଜାପାନୀ ଗୋଲକିପର ଭାରତୀୟ ସମକକ୍ଷଙ୍କ ତୁଳନାରେ କମ ଶକ୍ତିଶାଳୀ ଥିବାରୁ ତାଙ୍କର ଦେଶ ଏହି ମ୍ୟାଚରେ ପରାସ୍ତ ହୋଇଛି।

ଆଜିର ମ୍ୟାଚ୍‌ରେ ଏସ୍‌.ଭି ସୁନୀଲ(୭), ଦିଲପ୍ରୀତ ସିଂହ(୧୨), ରୂପିନ୍ଦର ପାଲ ସିଂହ (୧୭, ୩୮), ମନ୍ଦୀପ ସିଂହ (୩୨, ୫୭), ଆକାଶଦୀପ ସିଂହ (୪୬) ଓ ବିବେକ ସାଗର ପ୍ରସାଦ ୪୭ ମିନିଟରେ ଗୋଲ ଦେଇଥିଲେ। ୨୩ଟି ସର୍ଟରୁ ଭାରତୀୟ ଖେଳାଳିମାନେ ୮ଟି ସୁଯୋଗକୁ ଗୋଲରେ ପରିବର୍ତ୍ତନ କରିଥିଲେ। ଅଗଷ୍ଟ ୨୬ ସନ୍ଧ୍ୟା ୬ଟା ୩୦ରେ କୋରିଆ ବିପକ୍ଷରେ ଭାରତର ଆଗାମୀ ମୁକାବିଲା ହେବ।

ସମ୍ବନ୍ଧିତ ଖବର