ଏସ୍‌ପିଏଲ୍‌: ରାଇଡର୍ସ ବିଜୟୀ

ଭୁବନେଶ୍ୱର: ଓଡ଼ିଶା ସଚିବାଳୟ କ୍ରିକେଟ୍‌ ସଂଘ ଆନୁକୂଲ୍ୟରେ ସଚିବାଳୟ ପଡ଼ିଆରେ ଚାଲିଥିବା ଏକାଦଶ ସେକ୍ରେଟାରିଏଟ୍‌ ପ୍ରିମିୟର ଲିଗ୍‌ (ଏସ୍‌ପିଏଲ୍‌) ଦିବାରାତ୍ର କ୍ରିକେଟ୍‌ ପ୍ରତିଯୋଗିତାର ବୁଧବାର ୪ରୁ ୩ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା ବେଳେ ସମ୍ଭବ ହୋଇଥିବା ଗୋଟିଏ ମ୍ୟାଚ୍‌ରେ ରାଇଡର୍ସ ବିଜୟୀ ହୋଇଛି। ରାଇଡର୍ସ ୭ ଓ୍ଵିକେଟ୍‌ରେ ଷ୍ଟ୍ରାଇକର୍ସକୁ ପରାସ୍ତ କରିଛି। ଷ୍ଟ୍ରାଇକର୍ସ ୮ ଓଭରରେ ଗୋଟିଏ ଓ୍ଵିକେଟ୍‌ ହରାଇ ୭୩ ରନ୍‌ କରିଥିଲା ବେଳେ ରାଇଡର୍ସ କୌଣସି ଓ୍ଵିକେଟ୍‌ ନହରାଇ ଲକ୍ଷ୍ୟସ୍ଥଳରେ ପହଞ୍ଚି ଯାଇଥିଲା। ଅପରାଜିତ ୫୮ ରନ୍‌ କରିଥିବା ବିଜୟୀ ଦଳର ସୂର୍ଯ୍ୟକାନ୍ତ ସେଠୀ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ମାରୁତି ଆଚାର୍ଯ୍ୟ ଏବଂ ଲୁଲୁ ମହାପାତ୍ର ମ୍ୟାଚ୍‌ ପରିଚାଳନା କରିଥିଲେ

ସମ୍ବନ୍ଧିତ ଖବର