କ୍ରୀଡ଼ାସଂଘ ପଦବୀରୁ ସାଂସଦ ଓ ବିଧାୟକମାନଙ୍କୁ ଅନ୍ତର କରିପାରେ ସ୍ପୋର୍ଟସ୍‌ କୋଡ୍‌

ନୂଆଦିଲ୍ଲୀ: ନ୍ୟାସ୍‌ନାଲ୍‌ ସ୍ପୋର୍ଟସ୍‌ କୋଡ୍‌ରେ କରାଯାଉଥିବା ସଦ୍ୟତମ ସଂଶୋଧନରେ ଯଦି ପ୍ରସ୍ତାବିତ ନିୟମ ଅନ୍ତର୍ଭୁକ୍ତ କରାଯାଏ, ତେବେ ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ଅମଲାମାନେ ଆଉ ଜାତୀୟ କ୍ରୀଡ଼ା ସଂଘ ଏବଂ ଅନ୍ୟାନ୍ୟ ସ୍ୱଂୟଶାସିତ କ୍ରୀଡ଼ା ସଙ୍ଗଠନର ମୁଖ୍ୟ ପଦବୀରେ ଅଧିଷ୍ଠିତ ହୋଇ ପାରିବେ ନାହିଁ।

ଜାତୀୟ କ୍ରୀଡ଼ା ସଂଘରେ ଯଥେଷ୍ଟ ସଂଖ୍ୟକ କ୍ରୀଡ଼ାବିତ୍‌ଙ୍କ ପ୍ରତିନିଧିତ୍ୱ ସକାଶ ମଧ୍ୟ ଏହି ଡ୍ରାଫ୍‌ଟ୍‌ କୋଡ୍‌ ସୁପାରିସ କରିଛି। ଏଥିରେ କ୍ରୀଡ଼ାବିତ୍‌ଙ୍କ ନିମନ୍ତେ ପ୍ରାୟ ୨୦% ଆସନ ସଂରକ୍ଷିତ ଥିବାବେଳେ ମହିଳାମାନେ ୪୦% ପ୍ରତିନିଧିତ୍ୱ ପାଇବେ।

ଭାରତୀୟ କ୍ରିକେଟ୍‌ ନିମନ୍ତେ ଲୋଧା ପାନେଲ୍‌ ରେକମେଣ୍ଡେସନ୍‌ସ୍‌ର ସୁପାରିସଠାରୁ ପାଦେ ଆଗକୁ ଯାଇ ୨୦୧୧ ମସିହାର ମୂଳ ସ୍ପୋର୍ଟସ୍‌ କୋଡ୍‌ରେ ଏହି ସଂଶୋଧନ କରାଯାଉଛି। ବିସିସିଆଇର ମୁଖ୍ୟ ପଦବୀରେ ମନ୍ତ୍ରୀ ଏବଂ ସରକାରୀ କର୍ମଚାରୀମାନେ ରହି ପାରିବେ ନାହିଁ ବୋଲି ଲୋଧା ପାନେଲ୍‌ ସୁପାରିସ କରିଥିଲା।

ସମ୍ବନ୍ଧିତ ଖବର