କ୍ରୀଡ଼ା କଥନ

oମୋ ଉପରେ ଏବେବି ଆସ୍ଥା ରଖିଥିବାରୁ ମହେନ୍ଦ୍ର ସିଂହ ଧୋନି ଏବଂ ଷ୍ଟିଫେନ୍ ଫ୍ଲେମିଂଙ୍କୁ ଧନ୍ୟବାଦ ଦେଉଛି। ମୁଁ ଖରାପ ଫର୍ମ ଦେଇ ଗତି କରୁଥିଲି। ପାଖାପାଖି ୧୦ ପାଳିରେ ଆଖିଦୃଶିଆ ରନ୍ କରି ପାରି ନଥିଲି। ମୋ ପୁରୁଣା ଫ୍ରାଞ୍ଚାଇଜି ହୋଇଥିଲେ କାହିଁ କେତେ ଦିନ ତଳୁ ଦଳରୁ ବାଦ୍ ପଡ଼ି ସାରନ୍ତିଣି। ଧୋନି-‌ଫ୍ଲେମିଂଙ୍କ ସମର୍ଥନ ମୋ ଆତ୍ମବିଶ୍ବାସକୁ ବଢ଼ାଇ ଦେଇଛି।
-ସେନ୍ ୱାଟସନ୍, ଚେନ୍ନାଇ ସୁପରକିଙ୍ଗ୍ସ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍
oଇଂଲଣ୍ଡ ସୀମିତ ଓଭର କ୍ରିକେଟ୍‌କୁ ସେତେଟା ଗୁରୁତ୍ବ ଦିଏନା ବୋଲି ଭାବନା ଥିଲା। ଏବେ ଏହା ବଦଳି ଯାଇଛି। ସେମାନଙ୍କ ପାଖରେ ଏକ ସନ୍ତୁଳିତ ଦଳ ରହିଛି। ବୋଲିଂରେ କିଛିଟା ସମସ୍ୟା ଥିଲେ ମଧ୍ୟ ଇଂଲଣ୍ଡ ବିଶ୍ବକପ୍‌ର ପ୍ରମୁଖ ଦାବିଦାର। ପାକିସ୍ତାନ ମଧ୍ୟ ସେମିଫାଇନାଲ ଯିବାର ଦକ୍ଷତା ରଖେ। ବିଶ୍ବକପ୍‌ ପରେ ପାକିସ୍ତାନର ଅନ୍ୟୁନ ପାଞ୍ଚଜଣ ଖେଳାଳି ଅବସର ନେବାକୁ ଥିବାରୁ ସେମାନେ ଏହାକୁ ସ୍ମରଣୀୟ କରିବାକୁ ଚାହିଁବେ।
-ସୋଏବ ଅଖତାର, ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର

ସମ୍ବନ୍ଧିତ ଖବର