୧୨ ବର୍ଷର ତପସ୍ୟା: ଶ୍ରୀଲଙ୍କା ୨-୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶୃଙ୍ଖଳା ବିଜୟୀ

କଲମ୍ବୋ: ଶ୍ରୀଲଙ୍କାର ୧୨ ବର୍ଷର ତପସ୍ୟା ସଫଳ ହୋଇଛି। ରଙ୍ଗନା ହେରାଥଙ୍କ ୬ ଓ୍ଵିକେଟ୍‌ ବଳରେ ଶ୍ରୀଲଙ୍କା ଦକ୍ଷିଣ ଆଫ୍ରିକାକୁ ୨ୟ ଟେଷ୍ଟରେ ୧୯୯ ରନ୍‌ରେ ପରାସ୍ତ କରି ଶୃଙ୍ଖଳାକୁ ୨-୦ରେ ବିଜୟ ଲାଭ କରିଛି। ୨୦୦୬ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏହା ହେଉଛି ଶ୍ରୀଲଙ୍କାର ପ୍ରଥମ ବିଜୟ। ୨ ଟେଷ୍ଟ ମ୍ୟାଚର ଶୃଙ୍ଖଳାର ପ୍ରଥମ ଟେଷ୍ଟରେ ଶ୍ରୀଲଙ୍କା ୨୭୮ ରନ୍‌ରେ ଜିତି ଥିଲା।

ବିଜୟ ପାଇଁ ୪୯୦ ରନ୍‌ ଟାର୍ଗେଟ କରି ଦକ୍ଷିଣ ଆଫ୍ରିକା ୪ର୍ଥ ଦିନ ୨ୟ ଇନିଂସରେ ୨୯୦ ରନ୍‌ରେ ଆଉଟ୍‌ ହୋଇଛି। ଶ୍ରୀଲଙ୍କା ୧୨ ବର୍ଷ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଟେଷ୍ଟ ଶୃଙ୍ଖଳାରେ ୨-୦ରେ ପରାସ୍ତ କରିଥିଲା, ଏହା ପରେ ପ୍ରଥମ ଥର ତାକୁ ସଫା କରିଛି।

ଦକ୍ଷିଣ ଆଫ୍ରିକା ସୋମବାର ୫ ଓ୍ଵିକେଟରେ ୧୩୯ ରନରୁ ଖେଳ ଆରମ୍ଭ କରିଥିଲା। ଟି.ଡେ ବ୍ରୁହନ ଓ ତେମ୍ବା ବାବୁମା ଶ୍ରୀଲଙ୍କାର ସ୍ପିନରଙ୍କ ଉପରେ ଆଧିପତ୍ୟ ବିସ୍ତାର କରିଥିଲେ। ବୁବାମା ୬୩ ରନ୍‌ ଯୋଡ଼ି ହେରାଥଙ୍କ ବଲ ଓ୍ଵିକେଟ୍‌ ପଛରେ କ୍ୟାଚ ଦେଇ ଆଉଟ୍‌ ହୋଇଥିଲେ। ହେରାଥ ମଧ୍ୟାହ୍ନ ଭୋନନ ବିରତି ପୂର୍ବରୁ କ୍ୱିଣ୍ଟନ୍‌ ଡି କକ୍‌(୮)ଙ୍କୁ ଏଲ୍‌ବିଡବ୍ଲୁ କରିଥିଲେ।

ବ୍ରେକ୍‌ ପରେ ବ୍ରୁଇନ ନିଜର ପ୍ରଥମ ଶତକ ଯୋଡ଼ିଥିଲେ। ଏହି ଶୃଙ୍ଖଳାରେ ଦକ୍ଷିଣ ଆଫ୍ରିକା ବ୍ୟାଟସ୍‌ମ୍ୟାନ୍‌ଙ୍କ ପ୍ରଥମ ଶତକ ଥିଲା। ଶ୍ରୀଲଙ୍କା ପ୍ରଥମ ପାଳିରେ ୩୩୮, ଦକ୍ଷିଣ ଆଫ୍ରିକା ୧୨୪ ରନ୍‌ ଯୋଡ଼ିଥିଲେ। ଆକିଲା ଧନଞ୍ଜୟ ୫ ଓ୍ଵିକେଟ୍‌ ନେଇଥିଲେ। ଶ୍ରୀଲଙ୍କା ୨ୟ ପାଳିରେ ୫ ଓ୍ଵିକେଟ୍‌ରେ ୨୭୫ ରନ୍‌ରେ ନିଜର ଇନିଂସ ଘୋଷଣା କରିଥିଲା। ଶ୍ରୀଲଙ୍କା ଗାଲେରେ ପ୍ରଥମ ଟେଷ୍ଟ ୩ ଦିନ ମଧ୍ୟରେ ଜିତି ଥିଲା।

ସମ୍ବନ୍ଧିତ ଖବର