ଭାରତ-ପାକିସ୍ତାନ ନୁହେଁ, ଶ୍ରୀଲଙ୍କା ରଚିଲା ଇତିହାସ, ଦକ୍ଷିଣ ଆଫ୍ରିକାରେ ବିଜୟୀ ହେବାରେ ପ୍ରଥମ ଏସୀୟ ଟିମ

ପୋର୍ଟ ଏଲିଜାବେଥ: କୁଶଳ ମେଣ୍ଡିସ୍‌ (ଅପରାଜିତ ୮୪) ଏବଂ ଓଶାଡା ଫର୍ଣ୍ଣାଡୋ (ଅପରାଜିତ ୭୫)ଙ୍କ ୩ୟ ଓ୍ଵିକେଟରେ ୧୬୩ ରନ୍‌ ଭାଗିଦାରୀ ବଳରେ ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୮ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ପରେ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ଶୃଙ୍ଖଳା ଜିତିବାରେ ବିଶ୍ୱର ୩ୟ ଟିମ୍‌ ଏବଂ ଏସୀଆର ପ୍ରଥମ ଟିମ୍‌ ନାଁରେ ଶ୍ରୀଲଙ୍କା ରେକର୍ଡ ସୃଷ୍ଟି କରିପାରିଛି। ଶ୍ରୀଲଙ୍କା ଶନିବାର ଏଠାରେ ୩ୟ ଦିନ ଦକ୍ଷିଣ ଆଫ୍ରିକା ଦ୍ୱାରା ଦିଆଯାଇଥିବା ୧୯୭ ରନ ବିଜୟ ଲକ୍ଷ୍ୟ ୨ ଓ୍ଵିକେଟ ହରାଇ ୪୫.୨ ଓଭରରେ ହାସଲ କରିଛି। ଏଥି ସହିତ ଶ୍ରୀଲଙ୍କା ଶୃଙ୍ଖଳାକୁ ୨-୦ ନିଜର ନାଁରେ କରିପାରିଛି।

ଦ୍ୱିତୀୟ ଦିନର ସ୍କୋର ୨ ଓ୍ଵିକେଟରେ ୬୦ ରନକୁ ଆଗକୁ ନେଇ ଯାଇଥିଲେ ଶ୍ରୀଲଙ୍କାର ଖେଳାଳି। ମେଣ୍ଡିସ ଏବଂ ଫର୍ଣ୍ଣାଡୋ ଲକ୍ଷ୍ୟକୁ ସହଜରେ ହାସଲ କରିଥିଲେ।

ପ୍ରଥମ ଟେଷ୍ଟ ମ୍ୟାଚରେ ଅତିଥି ଟିମ ୧ ଓ୍ଵିକେଟରେ ରୋମାଞ୍ଚକ ବିଜୟ ହାସଲ କରିଥିଲା। ପ୍ରଥମ ଟେଷ୍ଟରେ ଐତିହାସିକ ଇନିଂସ ଖେଳି କୁଶଳ ପେରେରା ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର