ମୋହାଲି ଦିନିକିଆ: ଶ୍ରୀଲଙ୍କା ୩/୬୬

ମୋହାଲି: ଦ୍ୱିତୀୟ ପାଳିରେ ୩୯୩ ରନ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୧୫.୫ ଓଭରରେ ୩ଟି ଓ୍ଵିକେଟ ହରାଇ ୬୬ ରନ୍‌ ସଂଗ୍ରହ କରିଛି। ଲାହିରୁ ଥିରମାନି ୨୧ ରନ୍‌ ସଂଗ୍ରହ କରି ଓ୍ଵାସିଂଙ୍ଗଟନ୍‌ ସୁନ୍ଦରଙ୍କ ଦ୍ୱାରା ବୋଲ୍ଡ ହୋଇ ପାଭଲିୟନ ଫେରିଛନ୍ତି।

ଭାରତର ପ୍ରଥମ ଶିକାର ହୋଇଥିଲେ ଶ୍ରୀଲଙ୍କାର ଖେଳାଳି ଓପନର ଉପୁଲ ଥରଙ୍ଗା(୭)। ସେ ଯଶପ୍ରିତ ବୁମରାଙ୍କ ବଲ ଓ୍ଵିକେଟ ରକ୍ଷକ ମହେନ୍ଦ୍ର ସିଂହ ଧୋନିଙ୍କୁ କ୍ୟାଚ ଦେଇଥିଲେ। ଅନ୍ୟତମ ଦାନୁଷ୍କା ଗୁଣତିଲକା(୧୬) ଭାରତର ୨ୟ ଆକ୍ରମଣର ଶିକାର ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ ଦିନେଶ କାର୍ତ୍ତିକଙ୍କୁ କ୍ୟଚ ଦେଇ ଥରଙ୍ଗା ପାଭଲିୟନ ଫେରିଥିଲେ। ଶ୍ରୀଲଙ୍କା ୧୫ ରନ୍‌ରେ ପ୍ରଥମ ଓ୍ଵିକେଟ ହରାଇଥିବା ବେଳେ ୩୦ ରନ୍‌ରେ ୨ୟ ଓ୍ଵିକେଟ ହରାଇ ଥିଲା।

ସମ୍ବନ୍ଧିତ ଖବର