ମୋହାଲି ଦିନିକିଆ: ଶ୍ରୀଲଙ୍କା ୭/୧୮୦

ମୋହାଲି: ଶ୍ରୀଲଙ୍କା ୭ଟି ଓ୍ଵିକେଟ ହରାଇ ୩୪ ଓଭରରେ ୧୮୦ ରନ୍‌ ସଂଗ୍ରହ କରିଛି। ୧୫୯ ରନ୍‌ରେ ୫ମ ଓ୍ଵିକେଟ(ଏସଲା ଗୁଣରତ୍ନେ), ୧୬୬ ରନ୍‌ରେ ୬ଷ୍ଠ ଓ୍ଵିକେଟ ଥିରସା (ପେରାରା) ଓ ୧୮୦ ରନ୍‌ରେ ୭ମ ଓ୍ଵିକେଟରେ (ସଚିଥ ପଥିରାନା) ଆଉଟ ହୋଇ ପାଭଲିୟନ ଫେରିଛନ୍ତି। ଏଲସା ୩୦ଟି ବଲ ଖେଳି ୟୁଜବେନ୍ଦ୍ର ଚହଳଙ୍କ ବଲ ଖେଳି ବିଫଳ ହେବା ପରେ ଧୋନିଙ୍କ ଦ୍ୱାରା ଷ୍ଟମ୍ପିଂ ହୋଇଥିଲେ। ସେହିପରି ଥିରସା ପେରାରା ୩ଟି ବଲ ଖେଳି ୟୁଜବେନ୍ଦ୍ର ଚହଲଙ୍କ ବଲ ଧୋନିଙ୍କୁ କ୍ୟାଚ ଦେଇଥିବା ବେଳେ ସଚିଥ ୨ ରନ୍‌ କରି ପାଭଲିୟନ ଫେରିଥିଲେ। ସେ ଭୁବନେଶ୍ୱର କୁମାରଙ୍କ ବଲ ଶିଖର ଧାଓ୍ଵନଙ୍କୁ କ୍ୟାଚ ଦେଇଥିଲେ।

ପଞ୍ଜାବର ମୋହାଲି ଷ୍ଟାଡିୟମରେ ବୁଧବାର ଭାରତର ୪ର୍ଥ ଶିକାର ହୋଇଥିଲେ ନିରୋସାନ ଡିକଓ୍ଵାଲା(୨୨)। ସେ ୟୁଜବେନ୍ଦ୍ର ଚହଲଙ୍କ ବଲ ଓ୍ଵାସିଙ୍ଗଟନ ସୁନ୍ଦରକୁ କ୍ୟାଚ ଦେଇଥିଲେ। ଦ୍ୱିତୀୟ ପାଳିରେ ୩୯୩ ରନ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୧୫.୫ ଓଭରରେ ୩ଟି ଓ୍ଵିକେଟ ହରାଇ ୬୬ ରନ୍‌ ସଂଗ୍ରହ କରିଛି। ଲାହିରୁ ଥିରମାନି ୨୧ ରନ୍‌ ସଂଗ୍ରହ କରି ଓ୍ଵାସିଂଙ୍ଗଟନ୍‌ ସୁନ୍ଦରଙ୍କ ଦ୍ୱାରା ବୋଲ୍ଡ ହୋଇ ପାଭଲିୟନ ଫେରିଛନ୍ତି।

ଭାରତର ପ୍ରଥମ ଶିକାର ହୋଇଥିଲେ ଶ୍ରୀଲଙ୍କାର ଖେଳାଳି ଓପନର ଉପୁଲ ଥରଙ୍ଗା(୭)। ସେ ଯଶପ୍ରିତ ବୁମରାଙ୍କ ବଲ ଓ୍ଵିକେଟ ରକ୍ଷକ ମହେନ୍ଦ୍ର ସିଂହ ଧୋନିଙ୍କୁ କ୍ୟାଚ ଦେଇଥିଲେ। ଅନ୍ୟତମ ଦାନୁଷ୍କା ଗୁଣତିଲକା(୧୬) ଭାରତର ୨ୟ ଆକ୍ରମଣର ଶିକାର ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ ଦିନେଶ କାର୍ତ୍ତିକଙ୍କୁ କ୍ୟଚ ଦେଇ ଥରଙ୍ଗା ପାଭଲିୟନ ଫେରିଥିଲେ। ଶ୍ରୀଲଙ୍କା ୧୫ ରନ୍‌ରେ ପ୍ରଥମ ଓ୍ଵିକେଟ ହରାଇଥିବା ବେଳେ ୩୦ ରନ୍‌ରେ ୨ୟ ଓ୍ଵିକେଟ ହରାଇ ଥିଲା।

ସମ୍ବନ୍ଧିତ ଖବର