ଏହି କ୍ରିକେଟରଙ୍କ ହୋଟେଲ ରୁମ୍‌ରେ ଥିଲେ ବିଦେଶୀ ମହିଳା, ୬ଟି ଅର୍ନ୍ତଜାତୀୟ ମ୍ୟାଚ ଖେଳିବାରୁ ବାଦ୍‌ ପଡ଼ିଲେ

0 970

କୋଲମ୍ବୋ: ଶ୍ରୀଲଙ୍କା କ୍ରିକେଟ ବୋର୍ଡ (ଏସ୍‌ଏଲସି) ପକ୍ଷରୁ  ଖେଳ ସମୟରେ ଥିବା ମାନିବାକୁ ଥିବା ନିୟମର ଉଲଂଘନ କରିଥିବା ନେଇ ଶୁକ୍ରବାର ବ୍ୟାଟସ୍‌ ମ୍ୟାନ୍‌ ଦାନୁଷ୍କା ଗୁଣତିଲକାଙ୍କୁ ୬ଟି ମ୍ୟାଚରୁ ନିଲମ୍ବିତ କରିଛନ୍ତି। ପୁଲିସ ଗୁଣତିଲକାଙ୍କ ହୋଟେଲ ରୁମ୍‌ରେ ନରେଓ୍ଵର ଜଣେ ମହିଳାଙ୍କ ସହିତ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗର ଯାଞ୍ଚ କରୁଥିବା ଜଣାପଡ଼ିଛି।

ତେବେ ୨୭ବର୍ଷିଅ ଗୁଣତିଲକାଙ୍କୁ ମଙ୍ଗଳବାର ପୁଲିସ ଏହି ଘଟଣା ନେଇ ପଚରାଉଚରା କରିଥିଲା। ଗୁଣତିଲକାଙ୍କ ସାଙ୍ଗ ସନ୍ଦୀପ ଜୁଡ ସେଲିହା କ୍ରିକେଟ ଟିମ୍‌ ଲାଗି ଉଦ୍ଦିଷ୍ଟ ହୋଟେଲ ରୁମ୍‌ରେ ଦୁଇଜଣ ନରେଓ୍ଵ ମହିଳାଙ୍କ ମଧ୍ୟରୁ ଜଣଙ୍କ ସହିତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ପୁଲିସ ସୂତ୍ରରୁ ପ୍ରକାଶ, ଗୁଣତିଲକାଙ୍କ ଉପରେ ଅଭିଯୋଗ ଲଗାଯାଇ ନାହିଁ।  କିନ୍ତୁ ଶ୍ରୀଲଙ୍କା  କ୍ରିକେଟ  ବୋର୍ଡଙ୍କ ଶୁଣାଣି ଅନୁସାରେ ଟିମ୍‌ର ଅନୁଶାସନ ଓ ଅନୁବନ୍ଧ ସର୍ତ୍ତ ଉଲଂଘନ କରିଥିବା ନେଇ ଗୁଣତିଲକାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।

କୁହାଯାଇଛି କି ଏହି ଘଟଣା ଶ୍ରୀଲଙ୍କାର ସାଉଥ୍‌ ଆଫ୍ରିକା ସହିତ ଟେଷ୍ଟ ମ୍ୟାଚରେ ବିଜୟ ହାସଲ କରିବାର  କିଛି ସମୟ ପୂର୍ବରୁ ଘଟିଥିଲା। ଏସଏଲସି ନିୟମ ଅନୁସାରେ, ମ୍ୟାଚ ଚାଲିଥିବା ସମୟରେ ଖେଳାଳିଙ୍କୁ ହୋଟେଲରେ ନିଜ ରୁମ୍‌ରେ ରହିବାକୁ ପଡ଼ିବ। ରୁମ୍‌କୁ କୌଣସି ଅତିଥି କିମ୍ବା ବନ୍ଧୁବାନ୍ଧବଙ୍କୁ ଡକାଇ ପାରିବେ ନାହିଁ, ଯାହାକୁ ଗୁଣତିଲକା ଉଲଂଘନ କରିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.