ଶ୍ରୀଦେବୀ ଆମ ଗହଣରେ ନାହାଁନ୍ତି, ଏହା ସ୍ୱୀକାର କରିବା ସହଜ ହେଉ ନାହିଁ: ତେନ୍ଦୁଲକର

ସବୁଜ ପତାକା ଦେଖାଇ ଦିଲ୍ଲୀ ମାରାଥନର ଶୁଭାରମ୍ଭ କଲେ ସଚିନ

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ଶ୍ରୀଦେବୀଙ୍କ ପରଲୋକରେ ଶୋକ ଅନୁଭବ କରି ପୂର୍ବତନ ମହାନ କ୍ରିକେଟର ସଚିନ ତେନ୍ଦୁଲକର ରବିବାର କହିଛନ୍ତି, ଏହା ସ୍ୱୀକାର କରିବା ସହଜ ହେଉ ନାହିଁ ଯେ, ବିର୍ଷିଆନ ଅଭିନେତ୍ରୀ ଏହି ଦୁନିଅାଁରୁ ଚାଲି ଯାଇଛନ୍ତି। ଶ୍ରୀଦେବୀଙ୍କ ଶନିବାର-ରବିବାର ବିଳମ୍ବିତ ରାତ୍ରିରେ ହୃଦରୋଗ ଜନିତ କାରଣରୁ ମୃତ୍ୟୁ ହୋଇଥିଲା। ସେ ନିଜର ଭଣଜା ମୋହିତ ମାରଓ୍ଵାହଙ୍କ ବିବାହ କାର୍ଯ୍ୟକ୍ରମରେ ଯୋଗଦେବାକୁ ଦୁବାଇରେ ଯାଇଥିଲେ।

ତେନ୍ଦୁଲକର ଆଜି ନୂଆଦିଲ୍ଲୀ ମାରାଥନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବା ଅବସରରେ କହିଛନ୍ତି, ମୁଁ ଯେତେବେଳେ ସକାଳୁ ଉଠି ଶ୍ରୀଦେବୀଙ୍କ ବିଷୟରେ ପଢ଼ିଲି… ବଡ଼ ଦୁଃଖ ଅନୁଭବ କରିଥିଲି। ମୋ ପାଖରେ କିଛି କହିବାକୁ ଅଥବା ଭାବିବାକୁ ଶବ୍ଦ ନଥିଲା। କାରଣ ଆମେ ତାଙ୍କୁ ଛୋଟ ସମୟରୁ ଦେଖି ଆସିଛୁ। ସେ ଅଚାନକ ଆମକୁ ଛାଡି ଚାଲି ଯାଇଛନ୍ତି। ତାଙ୍କର ପରିବାର ଓ ପ୍ରଶଂସକମାନଙ୍କୁ ମୁଁ ଗଭୀର ସମବେଦନା ଜଣାଉଛି ବୋଲି ସଚିନ ତେନ୍ଦୁଲକର କହିଛନ୍ତି।

ମାରାଥନ ସମ୍ପର୍କରେ ସଚିନ କହିଛନ୍ତି, ଦିଲ୍ଲୀର ମାରାଥନ ଅନ୍ୟ ସ୍ଥାନ ତୁଳନାରେ ଅଧିକ ଗୁରୁତ୍ୱପୂର୍ଣ୍ଣ। ଏଠାରେ ଭାଗ ନେଉଥିବା ପ୍ରତିଯୋଗି ସଂଖ୍ୟା ଅନ୍ୟସ୍ଥାନ ତୁଳନାରେ ଦୁଇ ଗୁଣ ହୋଇ ଯାଇଥାଏ।

ସମ୍ବନ୍ଧିତ ଖବର