ଡର୍ବାନ ଟେଷ୍ଟ୍‌ରେ ଶ୍ରୀଲଙ୍କା ପାଇଁ ସୁଯୋଗ

ଡର୍ବାନ୍‌: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ଶ୍ରୀଲଙ୍କା ପାଇଁ ବିଜୟ ସୁଯୋଗ ରହିଛି। ଭ୍ରମଣକାରୀ ଦଳ ସମ୍ମୁଖରେ ୩୦୪ ରନ୍‌ ବିଜୟ ଲକ୍ଷ୍ୟ ଧାର୍ଯ୍ୟ‌ ହୋଇଛି। ତୃତୀୟ ଦିନ ଖେଳ ଆଲୋକ ଅଭାବରୁ ଆଗୁଆ ବନ୍ଦ ବେଳକୁ ଦିମୁଥ କରୁଣାରତ୍ନେଙ୍କ ଦଳ ୩ ୱିକେଟ୍‌ରେ ୮୩ ରନ୍ କରିଥିଲା। ବର୍ଷା ଓ ଆଲୋକ ଅଭାବରୁ ତୃତୀୟ ଦିନ ଖେଳ ସମ୍ପୂର୍ଣ୍ଣ ସମ୍ଭବ ହୋଇନଥିଲା। ପ୍ରାରମ୍ଭିକ ଯୋଡ଼ି ଥିରିମାନେ-କରୁଣାରତ୍ନେ ୪୨ ରନ୍ ଯୋଡ଼ିବା ପରେ ଲଗାତାର ବଲ୍‌ରେ ଆଉଟ୍ ହୋଇଯିବାରୁ ଦକ୍ଷିଣ ଆଫ୍ରିକା ମଧ୍ୟ ପ୍ରତ୍ୟାବର୍ତନ କରିଛି। ଶୁକ୍ରବାର ସକାଳେ ୧୨୬/୪ରୁ ଖେଳିଥିବା ଘରୋଇ ଦକ୍ଷିଣ ଆଫ୍ରିକା ‌ଫାପ୍ ଡୁ ପ୍ଲେସିସ୍ (୯୦) ଏବଂ କ୍ବିଣ୍ଟନ୍ ଡି’କକ୍‌ (୫୫)ଙ୍କ ଅର୍ଧଶତକ ସତ୍ତ୍ବେ ୨୫୯ ରନ୍ କରିଥିଲା।

ସଂକ୍ଷିପ୍ତ ସ୍କୋର: ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି-୨୩୫ (କ୍ବିଣ୍ଟନ୍‌ ଡି’କକ୍‌-୮୦, ବିଶ୍ବ ଫର୍ନାଣ୍ଡୋ-୪/୬୨, କାସୁନ ରଜିଥା-୩/୬୮)। ଶ୍ରୀଲଙ୍କା ପ୍ରଥମ ପାଳି-୧୯୧ (କୁଶାଲ ପେରେରା-୫୧, ଡେଲ୍‌ ଷ୍ଟେନ୍‌-୪/୪୮, ଭର୍ନାନ ଫିଲାଣ୍ଡର-୨/୩୨, କାଗିସୋ ରବାଦା-୨/୪୮)। ଦକ୍ଷିଣ ଆଫ୍ରିକା ଦ୍ବିତୀୟ ପାଳି- ୭୯.୧ ଓଭରରେ ୨୫୯ (ଫାଫ୍‌ ଡୁ’ପ୍ଲେସିସ୍‌-୯୦, କ୍ବିଣ୍ଟନ୍‌ ଡି’କକ୍‌-୫୫, ଡିନ୍ ଏଲଗର-୩୫, ଲସିତ ଏମ୍ବୁଲଦେନିଆ-୫/୬୬, ବିଶ୍ବ ଫର୍ନାଣ୍ଡୋ-୪/୭୧)। ଶ୍ରୀଲଙ୍କା ଦ୍ବିତୀୟ ପାଳି: ୨୮ ଓଭରରେ ୮୩/୩ (ଓସାଦା ଫର୍ନାଣ୍ଡୋ-୨୮*, କୁସାଲ ପେରେରା-୧୨*, ଓଲିଭର-୧/୩, ଫିଲାଣ୍ଡର-୧/୧୩, ରବାଦା-୧/୧୪)।

ସମ୍ବନ୍ଧିତ ଖବର