ଶ୍ରୀଲଙ୍କା ୧୫୪ରେ ଅଲ୍‌ ଆଉଟ୍‌

ବ୍ରିଜ୍‌ଟାଉନ୍‌: ବର୍ଷା ବାଧାପ୍ରାପ୍ତ େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷ ତୃତୀୟ ଟେଷ୍ଟ୍‍ରେ ଶ୍ରୀଲଙ୍କା ମାତ୍ର ୧୫୪ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇ ଦେଇଛି। ଘରୋଇ ପ୍ରଥମ ପାଳିରେ ୨୦୪ ରନ୍‌ କରିଥିବାବେଳେ ଏବେ ଠିକ୍‌ ୫୦ ରନ୍‌ର ଅଗ୍ରଣୀ ନେଇଯାଇଛି। ଗୋଲାପୀ ବଲ୍‌ରେ ଖେଳା ଯାଉଥିବା ଏହି ଦିବାରାତ୍ର ଟେଷ୍ଟ୍‍ରେ ବର୍ଷା ଯୋଗୁଁ ଦୁଇ ଦିନରେ ମାତ୍ର ୧୦୬ ଓଭର ଖେଳ ସମ୍ଭବ ହୋଇଥିଲା। ସୋମବାର ୧୩୨/୫ରୁ ଖେଳ ଆରମ୍ଭ କରିଥିବା େଓ୍ଵଷ୍ଟ୍‍ଇଣ୍ଡିଜ୍‌ ଏଥିରେ ମାତ୍ର ୭୨ ରନ୍‌ ଯୋଡ଼ି ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ପ୍ରଥମ ଦିନର ଅପରାଜିତ ବ୍ୟାଟ୍ସମ୍ୟାନ୍‌ ସେନ୍‌ ଡାଓରିଚ୍‌୍‌ (୭୧) ପୂର୍ବଦିନ ସ୍କୋର୍‌ରେ ୧୧ ରନ୍‌ ମିଶାଇଥିଲା ବେଳେ ଅଧିନାୟକ ଜାସନ୍‌ ହୋଲ୍‌ଡର୍‌ (୭୪) ନିଜ ଅର୍ଧଶତକ ପୂରଣ କରି ପ୍ୟାଭିଲିୟନ୍‌ ଫେରି ଯାଇଥିଲେ। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ ତିଷ୍ଠି ପାରି ନଥିଲେ। ଶ୍ରୀଲଙ୍କା ପକ୍ଷରୁ ଲାହିରୁ କୁମାରା ୪ ଏବଂ କାସୁନ୍‌ ରଜିତା ୩ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ଶ୍ରୀଲଙ୍କା ତୃତୀୟ ଦିନ ୯୯/୫ରୁ ଖେଳି ୧୫୪ ରନ୍‌ରେ ସୀମିତ ରହିଥିଲା। ଦନୁଷ୍କା ଗୁଣତିଲକା ୨୯ ଏବଂ କୁସାଲ ମେଣ୍ଡିସ୍‌ ୨୨ ରନ୍‌ କରିଥିଲେ। ଏହି ଦୁଇ ଜଣଙ୍କ ବାଦ୍‌ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ ସଫଳ ହୋଇନାହାନ୍ତି। ନିରୋଶାନ୍‌ ଡିକ୍‌ଓ୍ଵାଲ୍‌ ସର୍ବାଧିକ ୪୨ ରନ୍‌ କରିଥିଲେ। େଓ୍ଵଷ୍ଟ୍‍ଇଣ୍ଡିଜ୍‌ ପକ୍ଷରୁ ୩ ଦ୍ରୁତ ବୋଲର ଜାସନ୍‌ ହୋଲଡର ୪, ସାନନ୍‌ ଗାବ୍ରିଏଲ୍‌ ୩, କେମାର ରୋଚ ୨ ଓ୍ଵିକେଟ୍‌ ନେଇଥିଲେ।
ସଂକ୍ଷିପ୍ତ ସ୍କୋର: େଓ୍ଵଷ୍ଟଇଣ୍ଡିଜ୍‌ ପ୍ରଥମ ପାଳି: ୨୦୪ (ଜାସନ ହୋଲ୍‌ଡର୍‌-୭୪, ସେନ୍‌ ଡାଓରିଚ୍‌-୭୧, ଲାହିରୁ କୁମାରା-୪/୫୮, କାସୁନ୍‌ ରଜିତା-୩/୬୮, ସୁରଙ୍ଗା ଲକମଲ୍‌-୨/୫୨)। ଶ୍ରୀଲଙ୍କା ପ୍ରଥମ ପାଳି: ୫୯ ଓଭରରେ ୧୫୪ (ଦନୁଷ୍କା ଗୁଣତିଳକା-୨୯, ନିରୋଶାନ୍‌ ଡିକେଓ୍ଵଲା-୪୨, ଜାସନ୍‌ ହୋଲଡର୍‌-୪/୧୯, ସାନନ୍‌ ଗାବ୍ରିଏଲ୍‌-୩/୫୨, କେମାର ରୋଚ୍‌-୨/୩୦)।

ସମ୍ବନ୍ଧିତ ଖବର