କୁଶଲ ମେଣ୍ଡିସଙ୍କ ଅର୍ଦ୍ଧଶତକ, ଶ୍ରୀଲଙ୍କା ୧୨ ଓଭରରେ ୧୧୩ ରନ

କଲମ୍ବୋ: ସ୍ଥାନୀୟ ଆର.ପ୍ରେମଦାସା ଷ୍ଟାଡିୟମଠାରେ ଚାଲିଥିବା ତ୍ରିରାଷ୍ଟ୍ରୀୟ ନିଧାସ୍‌ ଟ୍ରଫିର ଭାରତ-ଶ୍ରୀଲଙ୍କା ଟେ୍ଵଣ୍ଟି-ଟେ୍ଵଣ୍ଟି ମ୍ୟାଚରେ ଶେଷ ଖବର ମିଳିବା ପର୍ଯ୍ୟନ୍ତ ଶ୍ରୀଲଙ୍କା ୧୨ ଓଭରରେ ୪ ଓ୍ଵିକେଟ ହରାଇ ୧୧୩ ରନ ସଂଗ୍ରହ କରିଛି । ଇନିଂସ ପ୍ରାରମ୍ଭରେ ୨ଟି ଓ୍ଵିକେଟ ହରାଇବା ସତ୍ତ୍ୱେ କୁଶଲ ମେଣ୍ଡିସ ସତର୍କତାର ସହ ଖେଳିବା ସହ ନିଜର ଅର୍ଦ୍ଧଶତକ ପୂରଣ କରିଛନ୍ତି । ସେ ୩୧ ବଲରେ ୩ ଛକା ଓ ୩ ଚୌକା ସହ ୫୦ ରନ କରି ଅପରାଜିତ ଅଛନ୍ତି । ୧୨ ତମ ଓଭରର ଶେଷ ବଲରେ ଅଧିନାୟକ ଥିସାର ପରେରା ୬ ବଲରେ ୧୫ ରନ କରି ଏସଏନ ଠାକୁରଙ୍କ ବଲରେ ଆଉଟ ହୋଇଛନ୍ତି ।

ଆଜି ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ ଜିତିବା ସହ ଫିଲଡିଂ ନିଷ୍ପତ୍ତି ନେଇଥିଲେ । ଶ୍ରୀଲଙ୍କା ତରଫରୁ କୁଶଲ ମେଣ୍ଡିସ ଓ ଧନୁଷ୍କା ଗୁଣତିଳକା ଇନିଂସ ଆରମ୍ଭ କରିଥିଲେ । ତେବେ ଗୁଣତିଳକା ୮ ବଲରେ ୧୭ ରନ କରି ଆଉଟ ହୋଇଥିଲେ । ଏସଏନଠାକୁରଙ୍କ ବଲରେ ସୁରେଶ ରାଇନାଙ୍କା ହାତରେ ସେ ଧରା ପଡିଥିଲେ । ସେହିପରି କୁଶଲ ପରେରା ମାତ୍ର ୩ ରନ କରି ସୁନ୍ଦରଙ୍କ ବଲରେ ଆଉଟ ହୋଇଥିଲେ । ଉପୁଲ ଥରଙ୍ଗା ୨୪ ବଲରେ ୨୨ ରନ କରି ବିଜୟ ଶଙ୍କରଙ୍କ ବଲରେ ବୋଲଡ ହୋଇଯାଇଥିଲେ ।

ସମ୍ବନ୍ଧିତ ଖବର