ପଡ଼ିଆରେ ବାନ୍ତି କଲେ ଲାକମଲ୍‌, ସାମି: ପୁଣି ମୁଖା ପିନ୍ଧି ଖେଳିଲେ ସିଂହଳୀ

ନୂଆଦିଲ୍ଲୀ: ଫିରୋଜ ସାହା କୋଟ୍‌ଲା ଟେଷ୍ଟ୍‍ର ଚତୁର୍ଥ ଦିନରେ ପୁଣି ବାୟୁ ପ୍ରଦୂଷଣ ବିବାଦ ଚର୍ଚାକୁ ଆସିଥିଲା। ଶ୍ରୀଲଙ୍କାର ଦ୍ରୁତ ବୋଲର ସୁରଙ୍ଗା ଲକମଲ୍‌ ଦିଲ୍ଲୀର ମାରାତ୍ମକ ଧୂଆଁଳିଆ ଜୟବାୟୁରେ ଆକ୍ରାନ୍ତ ହୋଇପଡ଼ିଥିଲେ। ପଡ଼ିଆ ଭିତରେ ବାନ୍ତି କରିବା ଏବଂ ଅସୁସ୍ଥ ଅନୁଭବ କରିବା ପରେ ଶ୍ରୀଲଙ୍କା ଫିଜିଓ ତୁରନ୍ତ ପଡ଼ିଆ ଭିତରକୁ ଯାଇଥିଲେ ଏବଂ ତାଙ୍କୁ ବାହାରକୁ ନେଇ ଆସିଥିଲେ। ଭାରତର ଷଷ୍ଠ ଓଭରରେ ଏଭଳି ଘଟିଥିଲା, କିନ୍ତୁ ଏକାଦଶ ଓଭରରେ ସେ ପଡ଼ିଆକୁ ଫେରି ବୋଲିଂ କରିଥିଲେ। ପୂର୍ବରୁ ରବିବାର ଲକମଲଙ୍କ ଦ୍ରୁତ ବୋଲିଂ ସାଥୀ ଲାହିରୁ ଗମାଗେ ମଧ୍ୟ ସମାନ କାରଣ ପାଇଁ ପଡ଼ିଆ ଛାଡ଼ିଥିଲେ। ମଙ୍ଗଳବାର ମଧ୍ୟ ଶ୍ରୀଲଙ୍କାର ଅଧିକାଂଶ ଖେଳାଳି ଭାରତ ପାଳି ବେଳେ ମୁଖା ପରିଧାନ କରି କ୍ଷେତ୍ରରକ୍ଷଣ କରୁଥିଲେ। ମଙ୍ଗଳବାର ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ମଧ୍ୟ ସାମାନ୍ୟ ବାନ୍ତି କରିବା ଘଟଣା ଏବେ ଏହି ପ୍ରସଙ୍ଗକୁ ଚିନ୍ତାଜନକ କରିଦେଇଛି। ସାମି ଅସୁସ୍ଥ ଅନୁଭବ କରି ପଡ଼ିଆ ଛାଡ଼ିବା ପରେ ଫିଜିଓଙ୍କ ପରାମର୍ଶ ନେଇ ଫେରିଥିଲେ। ଶେଷ ଦିନରେ ତାଙ୍କ ବୋଲିଂ ଗୁରୁତ୍ୱପୂର୍ଣ ଥିବା ବେଳେ ସେ ଖେଳିବେ ବୋଲି ମଙ୍ଗଳବାର ସାମ୍ବାଦିକମାନଙ୍କୁ କହିଛନ୍ତି ଶିଖର ଧାଓ୍ଵନ।

ସମ୍ବନ୍ଧିତ ଖବର