ବିଶ୍ୱକପ : ଟସ ଜିଣି ଅଷ୍ଟ୍ରେଲିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ଶ୍ରୀଲଙ୍କା

ଲଣ୍ଡନ : ଲଣ୍ଡନର କେନିଙ୍ଗଟନ ଓଭାଲଠାରେ ଆଜି ବିଶ୍ୱକପ କ୍ରିକେଟର ୨୦ ତମ ମ୍ୟାଚ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି । ଶ୍ରୀଲଙ୍କା ଅଧିନାୟକ ଦିମୁଥ କରୁଣାରତ୍ନେ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଓଭାଲ ଆକାଶରେ ମେଘ ଘୋଡାଇ ରଖିଥିବାରୁ ପିଚ ପ୍ରଥମେ ବୋଲିଂକୁ ସୁହାଇବ । ଶ୍ରୀଲଙ୍କା ଏପର୍ଯ୍ୟନ୍ତ ମୋଟ ୪ଟି ମ୍ୟାଚ ଖେଳି ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ସହ ମୋଟ ୪ ପଏଣ୍ଟ ପାଇଛି ।

 ବର୍ଷା ଯୋଗୁଁ ଶ୍ରୀଲଙ୍କାର ୨ଟି ମ୍ୟାଚ ବାତିଲ ହୋଇଯାଇଛି । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଦଳ ମଧ୍ୟ ଏପର୍ଯ୍ୟନ୍ତ ୪ ଟି ମ୍ୟାଚ ଖେଳିଥିବାବେଳେ ସେଥିରୁ ୩ଟିରେ ବିଜୟ ହାସଲ କରିଛି । କିନ୍ତୁ ଦଳ ଭାରତ ବିପକ୍ଷ ମ୍ୟାଚରେ ପରାଜୟ ବରଣ କରିଥିଲା । ଗତ କାଲି ଅନୁଷ୍ଠିତ ମ୍ୟାଚରେ ଇଂଲାଣ୍ଡ େଓ୍ଵଷ୍ଟଇଣ୍ଡିଜକୁ ୮ ଓ୍ଵିକେଟରେ ପରାସ୍ତ କରିଥିଲା । େଓ୍ଵଷ୍ଟଇଣ୍ଡିଜ ମାତ୍ର ୨୧୨ ରନ ସଂଗ୍ରହ କରିଥିବାବେଳେ ଇଂଲାଣ୍ଡ ତାହାକୁ ସହଜରେ ହାସଲ କରିନେଇଥିଲା ।

ସମ୍ବନ୍ଧିତ ଖବର