ଶ୍ରୀଲଙ୍କା-ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ସୂଚୀରେ ପରିବର୍ତନ

କଲମ୍ବୋ: ଆସନ୍ତା ଜୁଲାଇ ମାସରେ ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିପାକ୍ଷିକ ଶୃଙ୍ଖଳା ସୂଚୀରେ ସାମାନ୍ୟ ପରିବର୍ତନ କରାଯାଇଛି। ପୂର୍ବରୁ ୩ ଟେଷ୍ଟ ଖେଳିବାକୁ ସୂଚୀ ପ୍ରସ୍ତୁତ ହୋଇଥିଲା ବେଳେ ଏବେ ଗୋଟିଏ ଟେଷ୍ଟକୁ ଦିନିକିଆ ବାଦ୍‌ ଦିଆଯାଇ ଦୁଇଟି ଟେଷ୍ଟ, ୫ ଦିନିକିଆ ଏବଂ ଗୋଟିଏ ଟେ୍ଵଣ୍ଟି-୨୦ ଖେଳାଯିବାକୁ ସ୍ଥିର ହୋଇଛି। ପରିବର୍ତିତ ସୂଚୀ ଅନୁଯାୟୀ ଦୁଇଟି ଟେଷ୍ଟ ଗଲ୍‌ (ଜୁଲାଇ ୧୨ରୁ ୧୬) ଏବଂ ଏସ୍‌ଏସ୍‌ସି (ଜୁଲାଇ ୨୦ରୁ ୨୪)ରେ ଖେଳାଯିବା ପରେ ଦିନିକିଆ ଶୃଙ୍ଖଳା ଡାମ୍ବୁଲା (ଜୁଲାଇ ୨୯ ଓ ଅଗଷ୍ଟ ୧), ପାଲିକେଲ୍‌ (ଅଗଷ୍ଟ ୫ ଓ ଅଗଷ୍ଟ ୮) ଏବଂ ଖେତରାମା (ଅଗଷ୍ଟ ୧୨)ରେ ଖେଳାଯିବ। ସେହି ଖେତରାମାରେ ଅଗଷ୍ଟ ୧୪ରେ ଏକମାତ୍ର ଟେ୍ଵଣ୍ଟି-୨୦ ଖେଳାଯାଇ ଶୃଙ୍ଖଳା ଶେଷ ହେବ।

ସମ୍ବନ୍ଧିତ ଖବର