ଶ୍ରୀଶାନ୍ତ କୌଣସି ଦେଶ ପାଇଁ ଖେଳିପାରିବେ ନାହିଁ: ଖାନ୍ନା

ନୂଆଦିଲ୍ଲୀ : ପୂର୍ବତନ ଦ୍ରୁତ ବୋଲର ସାନ୍ତାକୁମାରନ୍‌ ଶ୍ରୀଶାନ୍ତଙ୍କ ଉପରେ ଲାଗୁ ବିସିସିଆଇର ଆଜୀବନ ବାସନ୍ଦାଦେଶକୁ କେରଳ ଉଚ୍ଚ ନ୍ୟାୟାଳୟ ପୁନଃ ଅବସ୍ଥାପିତ କରିଦେବା ପରେ ସେ ଅନ୍ୟ ଦେଶ ପାଇଁ ଖେଳି ପାରିବେ ବୋଲି ପ୍ରକାଶ କରିଥିଲେ। ବିସିସିଆଇର କାମଚଳା ସଭାପତି ସିକେ ଖାନ୍ନା କିନ୍ତୁ ଶୁକ୍ରବାର କହିଛନ୍ତି ଶ୍ରୀଶାନ୍ତ କୌଣସି ଦେଶ ପକ୍ଷରୁ ଖେଳିପାରିବେ ନାହିଁ। ଏ କ୍ଷେତ୍ରରେ ଆଇସିସି ନିୟମ ଅତି ସ୍ପଷ୍ଟ ରହିଛି ବୋଲି ଖାନ୍ନା କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୩ ଆଇପିଏଲ୍‌ ମ୍ୟାଚ୍‌ଫିକ୍ସିଂ ଅଭିଯୋଗରେ ଶ୍ରୀଶାନ୍ତଙ୍କୁ ବିସିସିଆଇ କ୍ରିକେଟ୍‌ରୁ ଆଜୀବନ ବାସନ୍ଦ କରିଥିଲା। ଗତ ସେପ୍ଟେମ୍ବର ୧୮ ତାରିଖରେ କେରଳ ଉଚ୍ଚ ନ୍ୟାୟାଳୟ ଏହାକୁ ଉଠାଇ ଦେଇଥିଲେ ମଧ୍ୟ ୩ ଦିନ ତଳେ (ଅକ୍ଟୋବର ୧୭) ପୁନଃ ଅବସ୍ଥାପିତ କରିଥିଲା। ଏଥିରେ ମର୍ମାହତ ଶ୍ରୀଶାନ୍ତ ଅନ୍ୟ ଦେଶରୁ ଖେଳିବାରେ କିଛି ବାଧା ନାହିଁ ବୋଲି ଦୁବାଇରେ ଏକ ଉତ୍ସବରେ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର