ଷ୍ଟାର୍ସ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ରେ ସ୍କାନ୍‌

ଭୁବନେଶ୍ବର: ଜଗନ୍ନାଥପୁରଠାରେ ଚାଲିଥିବା ଷ୍ଟାର୍ସ ଚାମ୍ପିଅନ୍ସ ଟ୍ରଫିରେ ଭୁବନେଶ୍ବରର ସ୍କାନ୍ ଦଳ ଫାଇନାଲକୁ ଉଠିଛି। ସୁକାନ୍ତ ଦାଶ (୯୭, ୩୨ ବଲ୍), ଆଲୋକ ସେଠୀ (୬୦)ଏବଂ ସେକ୍ ସଲମାନ (୬୦)ଙ୍କ ଅର୍ଧଶତକୀୟ ପାଳି ବଳରେ ସ୍କାନ୍‌ ୨୪୦ ରନ୍ ବିଜୟ ଲକ୍ଷ୍ୟକୁ ୨୦.୨ ଓଭରରେ ହାସଲ କରି ନେଇଥିଲା। ପୂର୍ବରୁ ସଲମାନ ୩ ୱିକେଟ୍, ସୁକାନ୍ତ ଏବଂ ଆଲୋକ ପ୍ରତ୍ୟେକ ୨ ଲେଖାଏଁ ୱିକେଟ୍‌ ନେବାରୁ ପ୍ରତିପକ୍ଷ ଭୂବନର ବିସିସି ୨୩୯ ରନ୍‌ରେ ସୀମିତ ରହିଥିଲା।।

ସମ୍ବନ୍ଧିତ ଖବର