ରାଜ୍ୟ ୧୩ ବର୍ଷରୁ କମ୍‌ ଚେସ୍‌ ଆରମ୍ଭ

କଟକ: ଟ୍ରିପଲ ସି’ ଚେସ୍‌ କ୍ଲବ୍‌, କଟକ ଜିଲ୍ଲା ଚେସ୍‌ ସଂଘ ମିଳିତ ଆନୁକୂଲ୍ୟରେ ଶୈଳବାଳା ମହିଳା ମହାବିଦ୍ୟାଳୟରେ ୧୩ ବର୍ଷରୁ କମ୍‌ ରାଜ୍ୟ ଚେସ୍‌ ଓ ବାଳିକା ପ୍ରତିଯୋଗିତା ଆରମ୍ଭ ହୋଇଛି। ୭ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାର ପ୍ରଥମ ଦିନ ୨ ରାଉଣ୍ଡ ଲେଖାଏଁ ଖେଳାଯାଇଥିଲା। ଏଥିରେ ରାଜ୍ୟ ପ୍ରତିଯୋଗିତାରେ ୩୨ ଜଣ ପୂର୍ଣ୍ଣ ୨ ପଏଣ୍ଟ ଲେଖାଏଁ ପାଇ ମିଳିତ ଆଗୁଆ ରହିଛନ୍ତି। ସେହିପରି ବାଳିକା ପ୍ରତିଯୋଗିତାରେ ୧୮ ଜଣ ୨ ପଏଣ୍ଟ ଲେଖାଏଁ ପାଇ ଆଗରେ ଅଛନ୍ତି। ଶୁକ୍ରବାର ହୋଇଥିବା ଉଦ୍‌ଘାଟନୀ ସମାରୋହରେ ଶୈଳବାଳା ମହିଳା ମହାବିଦ୍ୟାଳୟର ଉପାଧ୍ୟକ୍ଷା ଚିନ୍ମୟୀ ମହାପାତ୍ର, ଟ୍ରିପଲ ସି’ କ୍ଲବ୍‌ ଉପ ସଭାପତି ବିଶ୍ୱଜିତ ରାୟ, ସମ୍ପାଦକ ବିରଞ୍ଚି ନାରାୟଣ ସାହୁ, ସହ ସମ୍ପାଦକ ଅର୍ଘ୍ୟ ଅର୍ପଣ ପରିଡ଼ା ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର