ରାଜ୍ୟ ୨୫ ବର୍ଷରୁ କମ୍‌ ଚେସ୍‌ ରାଜେଶଙ୍କୁ ମୁକୁଟ

ଭୁବନେଶ୍ୱର: ଖୋର୍ଧା ଜିଲ୍ଲା ଚେସ୍‌ ସଂଘ ଆନୁକୂଲ୍ୟରେ ଆୟୋଜିତ ଓଡ଼ିଶା ରାଜ୍ୟ (୨୫ ବର୍ଷରୁ କମ୍‌) ଚେସ୍‌ ପ୍ରତିଯୋଗିତାରେ ପୁରୀର ରାଜେଶ ନାୟକ ବିଜେତା ହୋଇଛନ୍ତି। ତାଙ୍କ ପଛକୁ ରାକେଶ କୁମାର ନାୟକ, ସୁଶୋଭିତ ଦାସ, ବୈଭବ ମିଶ୍ର, ସ୍ମାରକୀ ମହାନ୍ତି, ମନୀଷ କୁମାର, ବ୍ରଜେଶ ବାସ୍ତବ ଭୋଇ, ହର୍ସିତ ରଂଜନ ସାହୁ, ଲୋଚନ କୁମାର ଦାସ ଏବଂ ସାସ୍ୱତ ମଲ୍ଲିକ ଯଥାକ୍ରମେ ଦ୍ୱିତୀୟରୁ ଦଶମ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ। ବିଭିନ୍ନ ବୟସ ବର୍ଗରେ ଶିୟାମ ସତ୍ୟାଂଶ, ସନ୍ଦୀପା ପ୍ରିୟଦର୍ଶିନୀ ସାହୁ, ପ୍ରିୟାଂଶ ଦାସ, ପଲକ ମହାପାତ୍ର, ସ୍ଥିତପ୍ରଜ୍ଞା ସାହୁ, ଶ୍ରଦ୍ଧା ସୁମନ ଜେନା, ରୁଦ୍ରନାରାୟଣ, ସୁହାନା ଜେନା ଏବଂ ସୂର୍ଯ୍ୟପ୍ରାଞ୍ଜଳ ଇନ୍ଦ୍ରଜିତ ଶୀର୍ଷ ସ୍ଥାନରେ ରହି ପୁରସ୍କାର ପାଇଥିଲେ। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଯୋଗ ଦେଇଥିଲା ବେଳେ ନିଖିଳ ଓଡ଼ିଶା ଚେସ୍‌ ସଂଘର ଉପସଭାପତି ରଂଜନ ମହାନ୍ତି, ଖୋର୍ଧା ଜିଲ୍ଲା ଚେସ୍‌ ସଂଘ ସମ୍ପାଦକ ଶୁଭାଶିଷ ପଟ୍ଟନାୟକ ଏବଂ ଯୁଗ୍ମ ସମ୍ପାଦକ ସରୋଜ ବେହେରା ଉପସ୍ଥିତ ଥିଲେ। ମ୍ୟାଚ୍‌ଗୁଡ଼ିକୁ ଅନ୍ତର୍ଜାତୀୟ ଆର୍ବିଟର ତାପସ କୁମାର ମହାନ୍ତି ଏବଂ ଫିଡେ ଆର୍ବିଟର ସନ୍ତୋଷ ମହାପାତ୍ର ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର