ରାଜ୍ୟ ବିଲିୟାର୍ଡସ୍ ଓ ସ୍ନୁକର: ଅବିନାଶ ବିଜେତା

ଭୁବନେଶ୍ବର: ଅବିନାଶ ମହାପାତ୍ର ପ୍ରଥମ ଥର ଲାଗି ରାଜ୍ୟ ମାନ୍ୟତା କନିଷ୍ଠ ସ୍ନୁକର ଟ୍ରଫି କରାୟତ କରିଛନ୍ତି। ସେ ତରୁଣ ପଟ୍ଟନାୟକଙ୍କୁ ୨-୦ (୮୧-୩୯ ଓ ୫୦-୩୦)ରେ ପରାସ୍ତ କରିଛନ୍ତି। ଶ୍ରେଷ୍ଠ ୪ ଖେଳାଳିଙ୍କ ମଧ୍ୟରେ ଅନୁଷ୍ଠିତ ରାଉଣ୍ଡ୍‌ ରବିନ୍‌ ଲିଗ୍‌ରେ ଅବିନାଶ ୨-୦ରେ ତରୁଣଙ୍କୁ, ତରୁଣ ୨-୧ରେ ବରୁଣ ନାଏକଙ୍କୁ ଏବଂ ନିଶି ପ୍ରଧାନ ୨-୧ରେ ଅବିନାଶଙ୍କୁ ପରାସ୍ତ କରିଥିଲେ। ଅନ୍ୟପକ୍ଷରେ ଶନିବାରଠୁ ଆରମ୍ଭ ହୋଇଥିବା ବରିଷ୍ଠ ବିଲିୟାର୍ଡସ୍‌ ନକ୍‌ ଆଉଟ୍‌ ମ୍ୟାଚ୍‌ରେ ରାକେଶ ରୋସନ ପ୍ରଧାନ ୨-୦ରେ ସମୀର ଅଲ୍ଲୀଙ୍କୁ, କୁନାଲ ଅଗ୍ରୱାଲ ୨-୦ରେ ଇନ୍ଦ୍ରଜିତ୍‌ ଷଡ଼ଙ୍ଗୀଙ୍କୁ ଏବଂ ସନ୍ଦିପନୀ ମିଶ୍ର ୨-୦ରେ ରୋହିତ ଶର୍ମାଙ୍କୁ ପରାସ୍ତ କରିଛନ୍ତି।

ସମ୍ବନ୍ଧିତ ଖବର