ରାଜ୍ୟ ବିଲିଆର୍ଡ୍ସ: ସୁବ୍ରତ ପୁଣି ବିଜେତା

କଟକ: ସୁବ୍ରତ ଦାସ ପୁଣି ଥରେ ରାଜ୍ୟ ବିଲିୟାର୍ଡ୍ସ ବିଜେତା ହୋଇଛନ୍ତି। କଟକ କ୍ଲବ୍‌ରେ ଶୁକ୍ରବାର ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ଫାଇନାଲରେ ସୁବ୍ରତ କନିଷ୍ଠ ବିଲିଆର୍ଡ୍ସ ଉପବିଜେତା କୁନାଲ ଅଗ୍ରଓ୍ଵାଲକୁ ୪-୩ରେ ପରାସ୍ତ କରିଥିଲେ। ପ୍ରଥମ ଦୁଇଟି ସେଟ୍‌ (୧୨୭-୧୫୧ ଓ ୧୩୭-୧୫୨) ହାରିଯିବା ସତ୍ତ୍ୱେ ସୁବ୍ରତ ଚମତ୍କାର ପ୍ରତ୍ୟାବର୍ତନ କରି ପରବର୍ତ୍ତୀ ଦୁଇଟି ସେଟ୍‌କୁ (୧୫୨-୪୮, ୧୫୦-୨୭) ଜିତି ନେଇଥିଲେ। ଏହାସତ୍ତ୍ୱେ କୁନାଲ ବି ସହଜରେ ବାଟ ଛାଡ଼ିନଥିଲେ। ସେ ପଞ୍ଚମ ସେଟ୍‌କୁ ୧୫୦-୯୬ରେ ଜିତି ପୁଣି ଥରେ ଆଗୁଆ ହୋଇଯାଇଥିଲେ। ଏହାପରେ ସୁବ୍ରତ ୧୫୦-୧୩୦ରେ ଷଷ୍ଠ ସେଟ୍‌ ଜିତି ପୁନର୍ବାର ସ୍ଥିତି ସମାନ କରିଦେବା ପରେ ନିର୍ଣ୍ଣାୟକ ସେଟ୍‌କୁ ୧୫୦-୧୩୯ରେ ଜିତି ଟ୍ରଫି ହାତେଇଥିଲେ। ଫଳରେ ସପ୍ତମ ଥର ପାଇଁ ସୁବ୍ରତ ବରିଷ୍ଠ ବିଲିଆର୍ଡ୍ସ ଟ୍ରଫି ହାତେଇବାରେ ସଫଳ ହୋଇଥିଲେ। ଶନିବାରଠୁ ୨୪ତମ ବରିଷ୍ଠ ସ୍ନକର ପ୍ରତିଯୋଗିତା ଆରମ୍ଭ ହେବ। ଏଥିରେ ୩୨ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ୨୨ ତାରିଖରେ ଫାଇନାଲ ମ୍ୟାଚ୍‌ ଖେଳାଯିବ।

 

ସମ୍ବନ୍ଧିତ ଖବର