ରାଜ୍ୟ ମୁଷ୍ଟିଯୁଦ୍ଧରେ ଭୁବନେଶ୍ୱରକୁ ୧୩ ପଦକ

ଭୁବନେଶ୍ୱର: ବ୍ରହ୍ମପୁରରେ ଶେଷ ହୋଇଥିବା ରାଜ୍ୟ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଭୁବନେଶ୍ୱର ସଂଘର ପ୍ରତିଯୋଗୀମାନେ ୪ ସ୍ୱର୍ଣ୍ଣ, ୬ ରୌପ୍ୟ ଏବଂ ୩ କାଂସ୍ୟ ସହ ୧୩ ପଦକ ଜିତିଛନ୍ତି। ଗତ ୧୫ ଏବଂ ୧୬ ତାରିଖ ଦୁଇଦିନ ଧରି ଆୟୋଜିତ ଏହି ପ୍ରତିଯୋଗିତାରେ ଭୁବନେଶ୍ୱର ସଂଘରୁ ୧୮ ଜଣ (୧୧ ପୁରୁଷ ଓ ୭ ମହିଳା) ଅଂଶଗ୍ରହଣ କରିଥିଲେ। ଏଥିରେ ସଂଘର ସମ୍ପାଦକ ପଦ୍ମନାଭ ପାତ୍ର ପ୍ରବନ୍ଧକ ଏବଂ ଶିବଶଙ୍କର ଜେଠୀ ପ୍ରଶିକ୍ଷକ ଭାବେ ଯୋଗଦେଇଥିଲେ। ପଦକ ବିଜେତାମାନେ ହେଲେ ମଧୁସ୍ମିତା ସାହୁ, ପ୍ରଣତି ପ୍ରଧାନ, ସ୍ୱପ୍ନ କୁମାର ନାୟକ, ନାରାୟଣ ଜେନା (ସ୍ୱର୍ଣ୍ଣ), ସଂଧ୍ୟରାଣୀ ଦାସ, ପୂର୍ଣ୍ଣିମା ସେଠୀ, ନିବଦିତା ସ୍ୱାଇଁ, ରଂଜନ କୁମାର ସାହୁ, ଯୁଧିଷ୍ଟିର ଦାସ, ରାହୁଲ ଦାସ (ରୌପ୍ୟ) ଏବଂ ସରୋଜ କୁମାର ରାଉତ, ଆଶିଷ ସାଗର ସେଠୀ ଓ ଲିଜାରାଣୀ ଦାସ (କାଂସ୍ୟ)।

ସମ୍ବନ୍ଧିତ ଖବର