ରାଜ୍ୟ କ୍ୟାରମ୍‌ ପ୍ରତିଯୋଗିତା ୮ରୁ

ଭୁବନେଶ୍ୱର: ଖୋର୍ଧା ଜିଲ୍ଲା ଓ ରାଜ୍ୟ କ୍ୟାରମ୍‌ ସଂଘ ଆନୁକୂଲ୍ୟରେ ଅଷ୍ଟମ ରାଜ୍ୟ ଓ ଅନ୍ତଃଜିଲ୍ଲା କ୍ୟାରମ୍‌ ପ୍ରତିଯୋଗିତା ଚଳିତ ମାସ ୮ ତରିଖରୁ ଆରମ୍ଭ ହେବ। ୪ ଦିନ ଧରି କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏହି ପ୍ରତିଯୋଗିତା ୧୧ ତାରିଖରେ ଉଦ୍‌ଯାପିତ ହେବ। ଏଥିରେ ରାଜ୍ୟ ସଂଘ ଅନୁବନ୍ଧିତ ଜିଲ୍ଲାଗୁଡ଼ିକ ଭାଗ ନେଇପାରିବେ। ପୁରୁଷରେ ଦଳଗତ, ଏକକ ଏବଂ ଭେଟେରାନ୍‌ ପ୍ରତିଯୋଗିତା ହେବାକୁ ଥିଲା ବେଳେ ମହିଳାରେ କେବଳ ଏକକ ବର୍ଗରେ ମ୍ୟାଚ୍‌ ଅନୁଷ୍ଠିତ ହେବ। ଅଧିକ ବିବରଣୀ ପାଇଁ ରାଜ୍ୟ କ୍ୟାରମ୍‌ ସଂଘର ସାଧାରଣ ସମ୍ପାଦକ ସେଖ୍‌ ଅବ୍‌ଦୁଲ୍ଲା (୯୪୩୭୧ ୧୮୯୨୫)ଙ୍କ ସହ ଯୋଗଯୋଗ କରି ପାରିବେ।

ସମ୍ବନ୍ଧିତ ଖବର