ରାଜ୍ୟ ଶିଶୁ ଚେସ୍‌: ପଲକ ଓ ପ୍ରିୟାଂଶ ବିଜେତା

ଭୁବନେଶ୍ୱର: ଢ଼େଙ୍କାନାଳରେ ଚାଲିଥିବା ରାଜ୍ୟ ଶିଶୁ ଚେସ୍‌ (୯ ବର୍ଷରୁ କମ୍‌) ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ବାଳିକାରେ କଟକର ପଲକ ମହାପାତ୍ର ଏବଂ ଖୋର୍ଧାରା ଆରୂଷୀ ଶ୍ରୀଚନ୍ଦନ ଯଥାକ୍ରମେ ବିଜେତା ଓ ଉପବିଜେତା ହୋଇଛନ୍ତି। ଉଭୟ ୭ ରାଉଣ୍ଡ୍‌ ବିଶିଷ୍ଟ ଏହି ପ୍ରତିଯୋଗିତାରେ ୬.୫ ପଏଣ୍ଟ ପାଇଥିଲେ। ସେହିଭଳି ଓପନ୍‌ ବର୍ଗରେ ଯାଜପୁର ଯାଆଁଳା ପ୍ରିୟାଂଶ ଓ ଶ୍ରୀୟାଂଶ ଦାସ ଯଥାକ୍ରମେ ବିଜେତା ଓ ଉପ ବିଜେତା ହୋଇଥିଲେ। ଏମାନେ ମଧ୍ୟ ସମାନ ୬.୫ ପଏଣ୍ଟ ଲେଖାଏଁ ପାଇଥିଲେ। ଉଦ୍‌ଯାପନୀ ଉତ୍ସବରେ ନିଖିଳ ଓଡ଼ିଶା ଚେସ୍‌ ସଂଘ ସମ୍ପାଦକ କୃଷ୍ଣକୁମାର ଶର୍ମା, ଉପ ସଭାପତି ରଂଜନ ମହାନ୍ତି, କୋଷାଧ୍ୟକ୍ଷ ଜିସି ମହାପାତ୍ର, ଢ଼େଙ୍କାନାଳ ଜିଲ୍ଲା ଚେସ୍‌ ସଂଘ କାମଚଳା ସଭାପତି ବିରଞ୍ଚି ପାଣି, ସମ୍ପାଦକ ଇଂ ଦେବବ୍ରତ ଭଟ୍ଟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର