ରାଜ୍ୟ ଡାକ ଚେସ୍‌ରେ ସୌମ୍ୟଙ୍କୁ ଲଗାତାର ଚତୁର୍ଥ ମୁକୁଟ

ଭୁବନେଶ୍ୱର: କଟକରେ ଗୁରୁବାର ଉଦ୍‌ଯାପିତ ରାଜ୍ୟ ଡାକ ଚେସ୍‌ ପ୍ରତିଯୋଗିତାରେ ରାଜ୍ୟର ପ୍ରଥମ ଫିଡେ ମାଷ୍ଟର ସୌମ୍ୟରଂଜନ ମିଶ୍ର ପୁଣି ଥରେ ବିଜେତା ହୋଇ ଲଗାତାର ଚତୁର୍ଥ ବର୍ଷ ମୁକୁଟ ହାସଲ କରିଛନ୍ତି। ୨୦୧୫ ମସିହାରୁ ସେ କ୍ରମାଗତ ଭାବେ ବିଜେତା ହୋଇ ଆସିଛନ୍ତି। ୫ ରାଉଣ୍ଡ୍‌ ବିଶିଷ୍ଟ ଏହି ପ୍ରତିଯୋଗିତାରେ ଭୁବନେଶ୍ୱର ଯୁବକ ସୌମ୍ୟ ସମସ୍ତ ଗେମ୍‌ ଜିତି ୫ ପଏଣ୍ଟ୍‌ ସହ ଶୀର୍ଷରେ ଅଭିଯାନ ଶେଷ କରିଥିଲେ। ପୁରୀର ମନୋଜ କୁମାର ପାଣିଗ୍ରାହୀ ୪ ପଏଣ୍ଟ୍‌, ଝାରସୁଗୁଡ଼ାର ପ୍ରଦୀପ କୁମାର ପ୍ରଧାନ ୩.୫, ବଲାଙ୍ଗୀରର ଭାଗିରଥୀ ପ୍ରଧାନ ୩ ପଏଣ୍ଟ ଏବଂ ଭବାନୀପାଟଣାର କାର୍ତିକ ଦଣ୍ଡସେନା ୩ ପଏଣ୍ଟ୍‌ ସହିତ ଯଥାକ୍ରମେ ଦ୍ୱିତୀୟରୁ ପଞ୍ଚମ ସ୍ଥାନରେ ରହିଥିଲେ। ଏହି ୫ ଜଣ ଅଗଷ୍ଟ ୨୭ରୁ ସେପ୍ଟେମ୍ବର ପହିଲା ପର୍ଯ୍ୟନ୍ତ ପୁରୀରେ ଆୟୋଜିତ ସର୍ବଭାରତୀୟ ଡାକ ଚେସ୍‌ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ୱ କରିବେ। ରାଜ୍ୟ ଡାକ ଚେସ୍‌ ପ୍ରତିଯୋଗିତାକୁ ଅନ୍ତର୍ଜାତୀୟ ଆର୍ବିଟର ତାପସ ମହାନ୍ତି ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର