ରାଜ୍ୟ ଫୁଟ୍‌ବଲ ଟେନିସ୍‌ ରେଫରି ପରୀକ୍ଷା ୨୨ରେ

କଟକ: ରାଜ୍ୟ ସ୍ତରୀୟ ଗ୍ରେଡ୍‌ ଏ-୧ ଫୁଟ୍‌ବଲ ଟେନିସ୍‌ ରେଫରି ଦ୍ୱିତୀୟ ଦଫା ପରୀକ୍ଷା ଆସନ୍ତା ୨୨ ତାରିଖ ସକାଳ ୧୦ଟାରେ ବାରବାଟୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ। ପୁରାତନ ଫୁଟ୍‌ବଲ ଖେଳାଳି କିମ୍ବା ମ୍ୟାଟ୍ରିକ୍‌ ପାସ୍‌ କରିଥିବା ପିଇଟିମାନେ ଏହି ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ ହେବେ। ଏଥିରେ ୧୦୦ ନମ୍ବରର ଲିଖିତ ପରୀକ୍ଷା ହେବ। ଯେଉଁମାନେ ପାସ୍‌ କରିବେ ସେମାନଙ୍କୁ ପ୍ରାକ୍ଟିକାଲ ପରୀକ୍ଷା ଦେବାକୁ ହେବ। ତେଣୁ ଏହି ପରୀକ୍ଷା ଦେବାକୁ ଇଚ୍ଛୁକ ପ୍ରାର୍ଥୀମାନେ ସବିଶେଷ ବିବରଣୀ ପାଇଁ ରାଜ୍ୟ ଫୁଟ୍‌ବଲ ଟେନିସ୍‌ ରେଫରି ସମିତିର ମୁଖ୍ୟ ରାମକୃଷ୍ଣ ବେହେରାଙ୍କ ସହିତ ଯୋଗାଯୋଗ କରିବାକୁ କୁହାଯାଇଛି। ପ୍ରାର୍ଥୀମାନେ ସାଙ୍ଗରେ ମାଟ୍ରିକ ପ୍ରମାଣପତ୍ର ଓ ଫଟୋ ଆଣିବା ବାଧ୍ୟତାମୂଳକ। ପରୀକ୍ଷା ପାଇଁ ନିୟମ ପୁସ୍ତିକା ଆବଶ୍ୟକ ଥିଲେ ୯୪୩୭୪ ୧୫୨୨୧/୭୩୮୧୭ ୬୬୪୭୫ ନମ୍ବରରେ ଯୋଗାଯୋଗ କରିବାକୁ ଜଣାଯାଇଛି।

ସମ୍ବନ୍ଧିତ ଖବର