ରାଜ୍ୟ କନିଷ୍ଠ ବାସ୍କେଟବଲ୍‌: ବାଳିକା ଫାଇନାଲ୍‌ରେ ବିବିଏ-ଟ୍ରଟର୍ସ

କଟକ: ଭୁବନେଶ୍ୱର ବାସ୍କେଟ୍‌ବଲ୍‌ ସଂଘ (ବିବିଏ) ଓ ଟ୍ରଟର୍ସ କ୍ଲବ୍‌ ରାଜ୍ୟ କନିଷ୍ଠ ବାସ୍କେଟବଲ୍‌ ପ୍ରତିଯୋଗିତାର ବାଳିକା ବିଭାଗ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଶନିବାର ଜବାହରଲାଲ୍‌ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଖେଳାଯାଇଥିବା ସେମି ଫାଇନାଲ୍‌ରେ ବିବିଏ ୩୫-୧୪ରେ ଏଣ୍ଟରଟେନରକୁ ଏବଂ ଟ୍ରଟର୍ସ ୩୨-୭ରେ ଗଞ୍ଜାମକୁ ପରାସ୍ତ କରିଥିଲା। ଅନ୍ୟପକ୍ଷରେ ବାଳକ ବିଭାଗରେ ଆର୍‌ଏସ୍‌ପି ଓ ଭୁବନେଶ୍ୱର ଦୌଡ଼କୁଦ ସଂଘ (ବିଏଏ) ସେମି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ତୃତୀୟ ଦିନରେ ଶେଷ ହୋଇଥିବା କ୍ୱାର୍ଟର ଫାଇନାଲ୍‌ରେ ଆର୍‌ଏସ୍‌ପି ୬୧-୨୬ରେ ସେଲ୍‌ଟିକ୍ସକୁ ଏବଂ ବିଏଏ ୬୭-୪୨ରେ ରାୟଗଡ଼ାକୁ ପରାସ୍ତ କରି ସେମି ଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି।

ସମ୍ବନ୍ଧିତ ଖବର