ରାଜ୍ୟ କନିଷ୍ଠ ଟେନିସ୍: ଫାଇନାଲରେ ରିୟା-ଅାକୃତି, ବୈଷ୍ଣବୀ-ଆହାନ

ମେଣ୍ଢାଶାଳ: ସ୍ଥାନୀୟ ଗୁରୁକୁଳ ଟେନିସ୍ ରିସର୍ଟସରେ ଚାଲିଥିବା ରାଜ୍ୟ କନିଷ୍ଠ ଟେନିସ୍ ପ୍ରତିଯୋଗିତାରେ ୧୬ ବର୍ଷରୁ କମ୍ ବାଳିକା ଫାଇନାଲରେ ରିୟା ମର୍ଦରାଜ ଭେଟିବେ ଅାକୃତି ଆଚାର୍ଯ୍ୟଙ୍କୁ। ସୋମବାର ସେମିଫାଇନାଲରେ ରିୟା ୮-୬ରେର ଆହାନଙ୍କୁ ଏବଂ ଆକୃତି ୮-୬ରେ ଆର୍ନା ରାଜଙ୍କୁ ହରାଇ ଦେଇଥିଲେ। ସେହିଭଳି ୧୨ ବର୍ଷରୁ କମ୍ ଫାଇନାଲରେ ଏନ୍ ବୈଷ୍ଣବୀଙ୍କୁ ଭେଟିବେ ଆହାନ। ସେମିଫାଇନାଲରେ ବୈଷ୍ଣବୀ ୮-୬ରେ ଆୟୂଷୀ ଦାସଙ୍କୁ ଏବଂ ଆହାନ ୮-୨ରେ ଅାର୍ନା ରାଜଙ୍କୁ ପରାସ୍ତ କରିଥିଲେ। ୧୬ ବର୍ଷର କମ୍ ବାଳକ ବର୍ଗରେ ଦୁଇ ଶୀର୍ଷ ମାନ୍ୟତା ଖେଳାଳି ସଂଗ୍ରାମ କୁମାର ପାତ୍ର ଏବଂ ରାହୁଲ ବେହେରା ଫାଇନାଲରେ ମୁହାଁମୁହିଁ ହେବେ। ସେମିଫାଇନାଲରେ ସଂଗ୍ରାମ ୯-୫ରେ ବଳଭଦ୍ର ବେହେରାଙ୍କୁ ଏବଂ ରାହୁଲ ୯-୨ରେ ଆଦିତ୍ୟ ମହାପାତ୍ରଙ୍କୁ ପରାସ୍ତ କରିଥିଲେ। ୧୨ ବର୍ଷରୁ କମ୍ ବାଳକ ଫାଇନାଲରେ କମଲେଶ ରଥ, ଲଲିତ ଟୁଡୁ, ସୁଭ୍ରନିଲ ବର୍ମନ, ଆକାଶ ବେଉରିଆ ସେମିଫାଇନାଲରୋ ପ୍ରବେଶ କରିଛନ୍ତି। ୧୬ ବର୍ଷରୁ କମକ୍ ବାଳକ ଯୁଗଳ ଫାଇନାଲରେ ରାହୁଲ ବେହେରା-ସଂଗ୍ରାମ ପାତ୍ର ଭେଟିବେ ବଳଭଦ୍ର ବେହେରା-ଆଦିତ୍ୟ ମହାପାତ୍ରଙ୍କୁ। ୧୨ ବର୍ଷରୁ କମ୍ ବାଳକ ଯୁଗଳ ଫାଇନାଲରେ ଶୀର୍ଷ ମାନ୍ୟତାପ୍ରାପ୍ତ କମଲେଶ ରଥ-ଅନିକେତ ସାହୁ ଭେଟିବେ ସୁଭ୍ରନିଲ ବର୍ମନ- ଅଦିତି ଜାଦୋନଙ୍କୁ।

ସମ୍ବନ୍ଧିତ ଖବର