ରାଜ୍ୟ କରାଟେ ଉଦ୍‌ଯାପିତ

ଭୁବନେଶ୍ବର: ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ୍‌ରେ ଆୟୋଜିତ ୩୧ତମ ରାଜ୍ୟ କନିଷ୍ଠ, କ୍ୟାଡେଟ୍‌ ଓ ୨୧ ବର୍ଷରୁ କମ୍‌ କରାଟେ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଛି। ଦଳଗତ ପୁରୁଷ କାଟାରେ ଅନୁଗୁଳକୁ ସ୍ବର୍ଣ୍ଣ, ଖୋର୍ଧା ରୌପ୍ୟ, ଗଂଜାମ ଓ ବାଲେଶ୍ବର ଦଳ କାଂସ୍ୟ ପଦକ ଜିତିଥିଲେ। ବାଳିକା କାଟାରେ ଭୁବନେଶ୍ବର ସ୍ବର୍ଣ୍ଣା,‌ ଖୋର୍ଧା ଏ’ ଓ ବି’ ଦଳ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ପାଇଥିଲେ। ସେହିଭଳି ବିଭିନ୍ନ ବ୍ୟକ୍ତିଗତ ବର୍ଗରେ ସ୍ବର୍ଣ୍ଣ ବିଜେତାମାନେ ହେଲେ, ଦେବଶ୍ମିତା ଦଳବେହେରା, ସୁମନ ଶାଦାଙ୍ଗୀ, ଅନୌଶିକା ପ୍ରିୟଦର୍ଶିନୀ, ମାଉ ମିନାଲ, ରୋହିତ ପାତ୍ର, ଡି ଭଗବାନ ରେଡ୍ଡୀ, ସବ୍ୟସାଚୀ ମହାପାତ୍ର, ସୁମନ ଶେଖର ଦାସ, ରିତେଶ ରାୟ, ପାୟଲ ବରାଳ, ମଧୁସ୍ମିତା ସାମଲ, ଲୋମା ସ୍ବାଇଁ, ଜ୍ୟୋତି ସାହୁ, ପାୟଲ ବରାଳ, ଚିରସ୍ମିତା ଭଞ୍ଜଦେଓ, ଆଶୀର୍ବାଦ ବେହେରା, ସଂକେତ କୁମାର ନାୟକ, ରେହନ ପାତ୍ର, ଦେବରାଜ ନାୟକ, ସଂକେତ କୁମାର ନାୟକ, କୃଷ୍ଣଚନ୍ଦ୍ର ନାୟକ ଓ କମେଶ ମହାପାତ୍ର। ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ରୁଚି ଫୁଡ୍‌ଲାଇନ୍‌ ନିର୍ଦେଶକ ରଶ୍ମୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ‌ଦେଇ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଜୟ ଦାସ, ପ୍ରଦୀପ କୁମାର ସରକାର, ଏସ୍‌ଆର୍‌ ସାସମଲ, ରବି ଖୁଣ୍ଟିଆ, ସେନ୍‌ସାଇ ଜୟଦେବ ପଟ୍ଟନାୟକ, ସେନ୍‌ସାଇ ଖାରବେଳ ମଲ୍ଲିକ, ଗୌରୀ ମହାନ୍ତି, ସମ୍ପାଦକ ହରିପ୍ରସାଦ ପଟ୍ଟନାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର