ରାଜ୍ୟ କିକ୍‌ ବକ୍ସିଂରେ ପୁମାସ୍‌ର ସଫଳତା

ଭୁବନେଶ୍ୱର: ରାଜ୍ୟ କିକ୍‌ ବକ୍ସିଂ ସଂଘ, ଏଓକେଏ ପ୍ରଫେସ୍‌ନାଲ କିକ୍‌ ବକ୍ସିଂ ଓ ବଲାଙ୍ଗୀର କିକ୍‌ ବକ୍ସିଂ ସଂଘର ମିଳିତ ଆନୁକୁଲ୍ୟରେ ବଲାଙ୍ଗୀର କୋଶଲ କଳାମଣ୍ଡଳରେ ରବିବାର ଉଦ୍‌ଯାପିତ ୨୨ତମ ରାଜ୍ୟସ୍ତରୀୟ କିକ୍‌ ବକ୍ସିଂ ପ୍ରତିଯୋଗିତାରେ ଭୁବନେଶ୍ୱରର ପୁମାସ ଇଣ୍ଟରନ୍ୟାସନାଲ୍‌ ମୁଖ୍ୟ ଶାଖା ଦଳ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ସମ୍ଭବ ଦାସ, ସାଇ ସତ୍ୟମ, ସୃଷ୍ଟି କଳସ, ଆଶିଷ ଧୀରଦେଓ ସାମନ୍ତ, ସୋନାକ୍ଷୀ ମହାନ୍ତି, ପଲ୍ଲବୀ ସାମଲ ଏବଂ ନିରଂଜନ ମହାରଣା ସ୍ୱର୍ଣ୍ଣ ପଦକ ଜିତିଥିଲେ। ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲା ବିଜେତା ହୋଇଥିବାବେଳେ ବଲାଙ୍ଗୀର ପ୍ରଥମ ଉପ ବିଜେତା ଏବଂ ବରଗଡ ଦ୍ୱିତୀୟ ଉପବିଜେତା ହୋଇଥିଲା। ଭାରତୀୟ କିକ୍‌ ବକ୍ସିଂ ସଂଘର ସଭାପତି ଏସ୍‌ଏସ୍‌ ହରିଚନ୍ଦନ, ସଂପାଦକ ପ୍ରଦ୍ୟୁମ୍ନ ବେହେରା, ରାଜ୍ୟ ସଂଘ ସଂପାଦକ ବିଭୂତି ଭୂଷଣ ବେହେରା ପଦକ ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର