ରାଜ୍ୟସ୍ତରୀୟ ସୁନ୍ଦରସ୍ୱାସ୍ଥ୍ୟ ଉଦ୍‌ଯାପିତ:ରଶ୍ମିରଂଜନ ‘ବିଜୁ କଳିଙ୍ଗଶ୍ରୀ’

ଭୁବନେଶ୍ୱର: ପୁରୁଣା ଭୁବନେଶ୍ୱର କପିଳେଶ୍ୱର ହାଇସ୍କୁଲ୍‌ ପ୍ରାଙ୍ଗଣରେ କପିଳେଶ୍ୱର ଯୁବ ପରିଷଦ ଓ ଜିମ୍ନାସିୟମ୍‌ ଏବଂ ଓଡ଼ିଶା ସୁନ୍ଦରସ୍ୱାସ୍ଥ୍ୟ ସଂଘର ମିଳିତ ଆନୁକୂଲ୍ୟରେ ‘ବିଜୁ କଳିଙ୍ଗଶ୍ରୀ’ ରାଜ୍ୟସ୍ତରୀୟ ସୁନ୍ଦରସ୍ୱାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମୋଟ ୬୦ ଜଣ ଭାଗ ନେଇଥିବା ଏହି ପ୍ରତିଯୋଗିତାରେ ଭୁବନେଶ୍ୱର ନୂଆପଲ୍ଲୀ ତୁଷାର ଜିମ୍‌ର ରଶ୍ମିରଂଜନ ସାହୁ ଶ୍ରେଷ୍ଠ ବିବେଚିତ ହୋଇ ‘ବିଜୁ କଳିଙ୍ଗଶ୍ରୀ’ ଉପାଧୀ ଲାଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ୬୦ କିଲୋଗ୍ରାମରେ ସଂଜୟ ସାହୁ, ବିଚିତ୍ର ନାୟକ, ଅକ୍ଷୟ ନାୟକ, ୬୫ କିଲୋଗ୍ରାମରେ ନାରାୟଣ ବାରିକ, ସୁରଜ କର୍ମକାର, ବିଚିତ୍ରାନନ୍ଦ ପୁହାଣ, ୭୦ କିଲୋଗ୍ରାମରେ ବିଶ୍ୱରଂଜନ ନାୟକ, ପ୍ରମୋଦ କୁମାର ସ୍ୱାଇଁ, ସତ୍ୟବ୍ରତ ମହାନ୍ତି, ୭୫ କିଲୋଗ୍ରାମରେ ବଲାଲ ଖାନ୍‌, ଦେବାଶିଷ ଜେନା, ରବିନ୍‌ କୁମାର ସାହୁ, ୮୦ କିଲୋଗ୍ରାମରେ ରଶ୍ମିରଂଜନ ସାହୁ, ସଂଗ୍ରାମ ରାଉତ, ଅଭିଷେକ କର ଏବଂ ୮୦ରୁ ଊର୍ଧ୍ୱ କିଲୋଗ୍ରାମ ଓଜନ ବର୍ଗରେ ସୁପ୍ରତିଭ ଖୁଣ୍ଟିଆ, ଛୁଟ୍‌କୁ ଦତ୍ତ, ସୁଜିତ ଜେନା ଯଥାକ୍ରମେ ପ୍ରଥମରୁ ତୃତୀୟ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ। ଜାତୀୟ ବିଚାରକ ଭାରତୀକୃଷ୍ଣ ବ୍ରହ୍ମା, ସୁରେନ୍ଦ୍ରନାଥ ଗୌଡ଼, ବିଜୟ କୁମାର ଦାସ, ସୁମିତ୍ରା ତ୍ରିପାଠୀ, ଭବାନୀ ଶଙ୍କର ସାହୁ, ରାଜକିଶୋର ମଲ୍ଲିଆ ବିଚାରକ ଦାୟିତ୍ୱ ତୁଲାଇଥିଲେ। ଉଦ୍‌ଯାପନୀ ଉତ୍ସବରେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଆୟୋଜକ ସଂସ୍ଥାର ସ୍ଥାୟୀ ସଭାପତି ତଥା ପୂର୍ବତନ କ୍ରୀଡ଼ାମନ୍ତ୍ରୀ ସୁରେଶ କୁମାର ରାଉତରାୟ, ମେୟର ଅନନ୍ତ ନାରାୟଣ ଜେନା, କର୍ପୋରେଟର୍‌ ବିରଞ୍ଚି ନାରାୟଣ ମହାସୂପକାର, ଦେବୀ ପ୍ରସାଦ ନନ୍ଦ, ରାଜେନ୍ଦ୍ର ସମର୍ଥା, ରଂଜିତ କୁମାର ମହାପାତ୍ର, ଗୋପବଂଧୁ ଦାଶ, ଅମିୟ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ପରିଚାଳନା ମୁଖ୍ୟ ମନୋଜ ମୂଳିଆ, ସମ୍ପାଦକ ଜିତେନ୍ଦ୍ର ମଲ୍ଲିଆ, ସୂର୍ଯ୍ୟକାନ୍ତ ପ୍ରଧାନ, ପ୍ରତାପ କୁମାର ମହାପାତ୍ର, ସୁଶାନ୍ତ ମଲ୍ଲିଆ, ଅମିତ୍‌ ମଲ୍ଲିଆ, ମନୋଞ୍ଜୟ ପଣ୍ଡା, ଅଶୋକ ମଲ୍ଲିଆ ପ୍ରମୁଖ ସଫଳ ରୂପାୟନରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର