ଭୁବନେଶ୍ୱର: ଚଳିତ ଡିସେମ୍ବର ୧୭ ରବିବାର ସ୍ଥାନୀୟ ଚନ୍ଦ୍ରଶେଖରପୁରର ନିଳାଦ୍ରିବିହାର ସ୍ଥିତ ବୁଦ୍ଧ ପାର୍କ ସ୍କେଟିଂ ରିଙ୍ଗ୍ରେ ସପ୍ତମ ରାଜ୍ୟ ସ୍ତରୀୟ ଦିନିକିଆ ରୋଲର୍ ସ୍କେଟିଂ ପ୍ରତିଯୋଗିତା ଆୟୋଜିତ ହେବ। ଏଥିରେ ତିନିଟି ବର୍ଗ ଯଥା ୮ରୁ ୧୨ ବର୍ଷ, ୧୨-୧୬ ଏବଂ ୧୬ରୁ ଉର୍ଧ୍ୱ ବା ବରିଷ୍ଠ ବର୍ଗର ଉଭୟ ବାଳକ ଏବଂ ବାଳିକା ବିଭାଗରେ ପ୍ରତିଦ୍ୱନ୍ଦ୍ୱିତା ହେବ। କ୍ୱାର୍ଡ (ଆଗ ଓ ପଛରେ ଦୁଇଟି ଲେଖାଏଁ ଚକ ଥିବା ସ୍କେଟ୍) ଏବଂ ଇନ୍ଲାଇନ୍ (ସିଧାରେ ଚକ ଥିବା ସ୍କେଟ୍)ସ୍କେଟ୍ର ୩୦୦ ମିଟର (ଟାଇମ୍ ଟ୍ରାଏଲ୍) ଏବଂ ୫୦୦ ମିଟର (ଗ୍ରୁପ୍ ରେସ୍)ରେ ପ୍ରତିଦ୍ୱନ୍ଦ୍ୱିତା ହେବ। ପ୍ରତିଯୋଗିତାରେ ପାଖା ପାଖି ୧୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିବୋ ବୋଲି ଆୟୋଜକମାନେ ଆଶା ରଖିଛନ୍ତି। ରାଜ୍ୟରେ ରୋଲର ସ୍କେଟିଂର ଲୋକପ୍ରିୟତା ବଢ଼ାଇବା ସହ ଯୁବ ପ୍ରତିଭାଙ୍କ ମନରେ ଏହି ଖେଳ ପ୍ରତି ଭଲ ପାଇବା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତାକୁ ରାଜ୍ୟ ରୋଲର ସ୍କେଟିଂ ସଂଘ (ଓର୍ସା), ଭୁବନେଶ୍ୱର ରୋଲର୍ ସ୍କେଟିଂ ସଂଘ ଓ ଓଡ଼ିଶା ସ୍କେଟିଂ ଏକାଡେମିର ସହଯୋଗରେ ଆୟୋଜନ କରିବ। ରବିବାର ସକାଳେ ଉଦଘାଟନ ହେବା ପରେ ସଂଧ୍ୟାରେ ପ୍ରତିଯୋଗିତାର ଉଦଯାପନୀ ଉତ୍ସବ ସହ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହେବ। ଗତବର୍ଷ ଏହି ପ୍ରତିଯୋଗିତା କଳିଙ୍ଗ ଷ୍ଟାଡିୟମ୍ରେ ଆୟୋଜିତ ହୋଇଥିଲା। ଚଳିତ ବର୍ଷ କିନ୍ତୁ ବୁଦ୍ଧ ପାର୍କରେ ବିଡିଏ ନିର୍ମାଣ କରିଥିବା ସ୍ୱତନ୍ତ୍ର ରିଙ୍ଗ୍ରେ ଆୟୋଜିତ ହେବ। ବୁଧବାର ଏଥିନେଇ ଓର୍ସା ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓର୍ସାର ମାର୍ଗଦର୍ଶକ କେସି ଦାସ, ସଭାପତି ଧର୍ମାଦିତ୍ୟ ପଟ୍ଟନାୟକ, ଉପସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା, କାର୍ଯ୍ୟକାରିଣୀ ସଦସ୍ୟ ହରିଶ ମିଶ୍ର ଓ ସଂପାଦକ ପାର୍ଥ ସାରଥୀ ଜେନା ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ ଯେ ସଂପ୍ରତି ୭ ଜିଲ୍ଲାର ୩୦୦ରୁ ଅଧିକ ପିଲା ସ୍କେଟିଂ କରୁଥିଲା ବେଳେ ଆଗାମୀ ସମୟରେ ଏହି ସଂଖ୍ୟା ବହୁଗୁଣରେ ବଢ଼ିବ ବୋଲି ଓର୍ସା ଆଶା ରଖିଛି। ଓଡ଼ିଶା ସରକାର ସ୍ୱୀକୃତିପ୍ରଦାନ କରିଥିବା ୪୦ ଖେଳ ମଧ୍ୟରେ ରୋଲର ସ୍କେଟିଂ ମଧ୍ୟ ରହିଛି।
ରବିବାର ରାଜ୍ୟସ୍ତରୀୟ ରୋଲର୍ସ୍କେଟିଂ
ବୁଦ୍ଧପାର୍କ ରିଙ୍ଗ୍ରେ ହେବ ପ୍ରତିଦ୍ୱନ୍ଦ୍ୱିତା, ୧୦୦ରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିବେ
/sambad/media/post_attachments/wp-content/uploads/2017/12/roller-skating.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)