ରାଜ୍ୟସ୍ତରୀୟ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତା ଉଦ୍‌ଯାପିତ

ଅରବିନ୍ଦ, ଚିତ୍ତରଂଜନ-ନଇମୁଦ୍ଦିନ୍‌ ବିଜେତା

କଟକ: କମଳାକାନ୍ତ ବିଦ୍ୟାପୀଠ ପରିସରରେ ଶିଖରପୁର ଇଷ୍ଟର୍ନ କ୍ଲବ୍‌ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ରିବିବାର ଉଦ୍‌ଯାପିତ ହୋଇଛି। ଯୁଗଳ ଫାଇନାଲ୍‌ରେ ଚିତ୍ତରଂଜନ ଶତପଥୀ-ନଇମୁଦ୍ଦିନ୍‌ ଖାନ୍‌ଙ୍କ ଯୋଡ଼ି ୨-୦ ସେଟ୍‌ରେ କେ ମୁରଲୀକ୍ରିଷ୍ଣା-ଅଭିମନ୍ୟୁ ବଗର୍ତ୍ତିଙ୍କ ଯୋଡ଼ିକୁ ପରାସ୍ତ କରି ବିଜେତା ହୋଇଥିଲେ। ରଂଜିତ କୁମାର ବାଣ୍ଠ-ସୁଶାନ୍ତ କୁମାର ରାଉତଙ୍କ ଯୋଡ଼ି ତୃତୀୟରେ ରହିଥିଲେ। ବରିଷ୍ଠ ଏକକରେ ଅରବିନ୍ଦ ସାହୁ ୨-୦ ସେଟ୍‌ରେ କେ ମୂରଲୀକ୍ରିଷ୍ଣାଙ୍କୁ ହରାଇ ବିଜେତା ହୋଇଥିଲେ। ସୁରେନ୍ଦ୍ର ନେପାଲ୍‌ ତୃତୀୟ ଓ ଅଭିମନ୍ୟୁ ବଗର୍ତ୍ତୀ ଚତୁର୍ଥ ସ୍ଥାନରେ ରହିଥିଲେ। ୧୭ ବର୍ଷରୁ କମ୍‌ ବିଭାଗ ଫାଇନାଲ୍‌ରେ ପ୍ରଜେଶ କୁମାର ମୁର୍ମୁ ୨-୧ ସେଟ୍‌ରେ ସୁବାଶିଷ ପଟ୍ଟନାୟକଙ୍କୁ ହରାଇଥିଲେ। ଅନୁଗୁଳର ଆୟୁଷ ଦାସ ତୃତୀୟ ଓ ସମ୍ବଲପୁରର ଏମ୍‌ଡି ସାହିଦ୍‌ ଚତୁର୍ଥ ହୋଇଥିଲେ। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ବିଜେତା ଓ ଉପ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କ ସଭାପତି ଶରତଚନ୍ଦ୍ର ପ୍ରଧାନ, କର୍ପୋରେଟର ପ୍ରଳୟା ବେଉରା, କ୍ଲବ୍‌ ସଭାପତି ଯୁଗଳ ଚରଣ ଦାସ, ସମ୍ପାଦକ ସରୋଜ କୁମାର ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର